ହ୍ରଦରେ ଖସିପଡ଼ିଲା ବିମାନ, ଉଦ୍ଧାର କାର୍ଯ୍ୟ ଜାରି

ଡୋଡୋମା,୬ା୧୧: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ରବିବାର ଖସିପଡ଼ିଥିବା ବୁକୋବା ବିମାନବନ୍ଦରର ପୋଲିସ କମାଣ୍ଡର ଓ୍ବିଲିୟମ ମଓ୍ବମ୍ପାଗଲେ ଏ ସମ୍ପର୍କରେ ସୂଚନା ଦେଇଛି। ବିମାନରେ କେତେ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସୂଚନାନୁଯାୟୀ, ତାଞ୍ଜାନିଆର କାଗେରା ଅଞ୍ଚଳର ବୁକୋବାସ୍ଥିତ ଭିକ୍ଟୋରିଆ ହ୍ରଦରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଲୋକ ହ୍ରଦରେ ବୁଡ଼ି ଯାଇଥିବାର ଅନୁମାନ କରାଯାଉଛି। ହ୍ରଦରେ ବୁଡ଼ି ଯାଉଥିବା ବିମାନର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବିମାନଟି ପ୍ରିସିସନ ଏୟାରଲାଇନର। ଯାହାକି ଅବତରଣ ସମୟରେ ବିମାନବନ୍ଦରଠାରୁ ପ୍ରାୟ ୧୦୦ ମିଟର ଦୂର ପାଣିରେ ଖସି ପଡ଼ିଥିଲା।

Share