କରୋନା ବିଷୟରେ ଆଲୋଚନା କରୁଥିବା ସମୟରେ ହୋଇଥିଲା ବିମାନ ଦୁର୍ଘଟଣା: ପାକିସ୍ତାନ ବିମାନ ଚଳାଚଳ ମନ୍ତ୍ରୀ

ଇସଲାମାବାଦ୍‌,୨୪।୬: ଗତ ମେ ୨୨ରେ ପାକିସ୍ତାନରେ ହୋଇଥିବା ଏ-୩୨୦ ବିମାନ ଦୁର୍ଘଟଣାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ଏହା ମନୁଷ୍ୟକୃତ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ବାର ଖାଁ ସୂଚନା ଦେଇଛନ୍ତି। ଲ୍ୟାଣ୍ଡିଂ ସମୟରେ ଦୁଇ ପାଇଲଟ ପରସ୍ପର ମଧ୍ୟରେ କରୋନା ସଂକ୍ରମଣ ନେଇ ଆଲୋଚନା କରୁଥିଲେ। ସେମାନେ ଅନ୍ୟମନସ୍କ ହୋଇପଡ଼ିଥିଲେ। ଫଳରେ ଦୁର୍ଘଟଣା ଘଟିଥିତ୍ବା ସେ କହିଛନ୍ତି। ଏଥିରେ ୯୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ପାଇଲଟ ତଥା ନିୟନ୍ତ୍ରକମାନେ ବିମାନ ଉଡ଼ାଣର ସାଧାରଣ ମାର୍ଗଦର୍ଶିକା ପାଳନ କରି ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ବିମାନର ଦୁଇ ଇଞ୍ଜିନ କାମ ନ କରିବାରୁ ଏଭଳି ଦୁର୍ଘଟଣା ଘଟିଥିଲା।

Share