ଭୁବନେଶ୍ୱରରୁ ପୁଣେ ସିଧାସଳଖ ଉଡ଼ିଲା ବିମାନ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ରବିବାର ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଏହାର ଶୁଭାରମ୍ଭ କରିଛନ୍ତି। ଏୟାର ଏସିଆ ଏହି ସେବା ପ୍ରଦାନ କରୁଥିବାବେଳେ ପ୍ରଥମ ଦିନରେ ୧୫-୯୧୧ ନମ୍ବର ବିଶିଷ୍ଟ ବିମାନରେ ଭୁବନେଶ୍ୱରରୁ ୧୨୦ଜଣ ପୁଣେ ଯାତ୍ରା କରିଛନ୍ତି। ବିମାନଟି ଭୁବନେଶ୍ୱର ବିମାନବନ୍ଦରରୁ ଅପରାହ୍ଣ ୧ଟା ୫୦ରେ ଉଡ଼ାଣ କରି ପୁଣେଠାରେ ଅପରାହ୍ନ ୩ଟା ୫୫ରେ ପହଞ୍ଚତ୍ବ। ସେହିପରି ପୁଣେରୁ ଅପରାହ୍ନ ୪ଟା ୩୫ରେ ଉଡ଼ାଣ ଭରି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୪୦ରେ ଅବତରଣ କରିବ। ଶନିବାର ବ୍ୟତୀତ ସପ୍ତାହରେ ଅନ୍ୟ ୬ ଦିନ ଏହି ବିମାନସେବା ଉପଲବ୍ଧ ରହିବ।
ଏହି ନୂତନ ବିମାନ ସେବାର ଶୁଭାରମ୍ଭ କରି ମନ୍ତ୍ରୀ କହିଲେ, ଏହା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବ। ଏଥିସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଦୁଇ ସହରର ବିମାନ ଯାତ୍ରା ଆଶାୟୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଏୟାର ଏସିଆ (ଇଣ୍ଡିଆ) ଲିଃର ବାଣିଜି୍ୟକ ମୁଖ୍ୟ ଅଙ୍କୁର ଗର୍ଗ, ଗ୍ରାଉଣ୍ଡ ଅପରେଶନ ମୁଖ୍ୟ ସଲିମ୍‌ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Share