ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଅଫିସ,୨ା୪: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଚେନ୍ନାଇକୁ ଶୁକ୍ରବାର ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍‌ ଜେଟ୍‌ ବିମାନ ଚେନ୍ନାଇରୁ ୮୪ଜଣ ଯାତ୍ରୀଙ୍କୁ ଧରି ଝାରସୁଗୁଡ଼ା ବିମାନ ବନ୍ଦରରେ ଅପରାହ୍ନ ୩ଟା ୨୦ରେ ପହଞ୍ଚତ୍ଥିଲା। ପରେ ଏହି ବିମାନ ୯୩ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡ଼ା ବିମାନ ବନ୍ଦରରୁ ୩ଟା ୫୦ରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲା। ଉଡାଣ ସମୟ ସାରଣୀ ମଧ୍ୟରେ ପ୍ରତିଦିନ ଏହି ବିମାନ ଅପରାହ୍ନ ୩ଟାରେ ଅବତରଣ କରିବ ଓ ସାଢେ ୩ଟାରେ ଉଡାଣ କରିବ। ପ୍ରଥମ ଦିନରେ ନିର୍ଦ୍ଦିଷ୍ଟ ସମୟର ୨୦ମିନିଟ୍‌ ବିଳମ୍ବରେ ଏହା ପହଞ୍ଚତ୍ଥିଲା ଓ ଛାଡିଥିଲା ା ଏହି ବିମାନ ସେବା ସପ୍ତାହର ପ୍ରତିଦିନ ଚାଲିବ। ଏହା ପୂର୍ବରୁ ଦେଶର ପ୍ରମୁଖ ସହର ଦିଲ୍ଲୀ, କଲିକତା, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଆଦି ସହରକୁ ବିମାନ ସେବା ଆରମ୍ଭ ହୋଇଥିଲା। ଆଗକୁ ଦେଶର ଅନ୍ୟାନ ସହର ସହ ଆକାଶପଥରେ ଯୋଡିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏ ନେଇ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି, ଭିଏସ୍‌ଏସ୍‌ ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା ଆରମ୍ଭ ହେବା ପରେ ବିଶେଷ ଭାବେ ପଶ୍ଚିମ ଓଡିଶାର ୧୦ଜିଲା ସହିତ ଛତିଶଗଡ ଓ ଝାଡଖଣ୍ଡ ଆଦି ରାଜ୍ୟର ଲୋକେ ଉପକୃତ ହେବେ। ପର୍ଯ୍ୟଟନର ବିକାଶ ସାଙ୍ଗକୁ ହୋଟେଲ ବ୍ୟବସାୟ, ଟ୍ୟାକ୍ସି ପରିବହନ ସେବା କ୍ଷେତ୍ରରେ ଅଭିବୃଦ୍ଧି ହେବ।

Share