ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡ଼ିଲା ବିମାନ

ଲଖନପୁର,୧୩ା୧(ଡି.ଏନ୍‌.ଏ.): ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ମଙ୍ଗଳବାର ମୁମ୍ବାଇ ଓ ବେଙ୍ଗାଲୁରୁ ସହରକୁ ସ୍ପାଇସ୍‌ ଜେଟ୍‌ ବିମାନ ଉଡାଣ ଆରମ୍ଭ ହୋଇଛି। ଏହି ସମୟରେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ, ବରଗଡ ଏମ୍‌ପି ସୁରେଶ ପୂଜାରୀ, ସୁନ୍ଦରଗଡ ଏମ୍‌ପି ଜୁଏଲ ଓରାମ, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ତଳସରା ବିଧାୟକ ଭବାନୀ ଭୋଇ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଜିଲାପାଳ ସରୋଜ ସାମଲ, ଏସ୍‌ପି ବିକାଶ ଚନ୍ଦ୍ର ଦାସ ଓ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ା ସ୍ପାଇସ୍‌ ଜେଟ୍‌ ଏୟାରଲାଇନ୍ସ ତରଫରୁ ଏହି ବିମାନସେବା ଆରମ୍ଭ ହୋଇଛ। ଏହା ସପ୍ତାହର ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଚାଲିବ ବୋଲି ଜଣାପଡିଛି। ପ୍ରଥମ ଦିନରେ ଝାରସୁଗୁଡାରୁ ୧୬୩ ଯାତ୍ରୀଙ୍କୁ ଧରି ବିମାନଟି ବେଙ୍ଗାଲୁରୁ ଅଭିମୁଖେ ଯାଇଥିଲା। ସେହିଭଳି ବେଙ୍ଗାଲୁରୁରୁ ୧୦୭ ଯାତ୍ରୀଙ୍କୁ ଧରି ଝାରସୁଗୁଡାରେ ପହଞ୍ଚତ୍ଥିଲା ା ଅନୁରୂପ ଭାବେ ଝାରସୁଗୁଡାରୁ ବିମାନଟି ୯୪ ଯାତ୍ରୀଙ୍କୁ ଧରି ମୁମ୍ବାଇ ଅଭିମୁଖେ ବାହାରିଥିଲା। ସେହିଭଳି ମୁମ୍ବାଇରୁ ୭୩ ଯାତ୍ରୀଙ୍କୁ ଧରି ଝାରସୁଗୁଡାରେ ପହଞ୍ଚତ୍ଥିଲା। ଏହା ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରରୁ କଲିକତା, ଦିଲ୍ଲୀ, ରାୟପୁର ଓ ଭୁବନେଶ୍ୱର ସହରକୁ ବିମାନସେବା ଆରମ୍ଭ ହୋଇଥିଲା। ଏହା ଦ୍ୱାରା ଦେଶ ଓ ରାଜ୍ୟର ଆର୍ଥତ୍କ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ା

Share