Categories: ଫୁରସତ

ବିମାନରେ ରହିଛି ୯ ପଙ୍ଖା, ୮ ଇଞ୍ଜିନ

ନୂଆଦିଲ୍ଲୀ: ସାଧାରଣତଃ ବିମାନ କଥା ଆସିଲେ ଆମେ ଉଡ଼ାଜାହାଜ କଥା ଭାବିଥାଉ। ହେଲେ ଏପରି ଏକ ବିମାନ ଥିଲା ଯାହା ଦେଖିବାକୁ ଅଜବ। ଏହି ବିମାନର ନାମ ଥିଲା କ୍ୟାପ୍ରୋନି ସିଏ-୬୦ ଟ୍ରାନ୍ସଏରିୟୋ। ଏହାର ଉଚ୍ଚତା ୩୦ ଫୁଟ। ଯେତେବେଳେ ଏହି ବିମାନ ଦ୍ୱିତୀୟ ଥର ଉଡ଼ିଲାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ବିମାନ ଉତ୍ପାଦନକାରୀ କମ୍ପାନୀ ସୋସାଇଟି ଇଟାଲୀନା କ୍ୟାପ୍ରୋନି ଦ୍ୱାରା ନିର୍ମିତ ହୋଇଥିଲା। ବାସ୍ତବରେ କମ୍ପାନୀ ଏକ ‘ଫ୍ଲାଇଂ ବୋଟ୍‌’ ତିଆରି କରିବାକୁ ଚାହୁଁଥିଲା, ଯାହା ଏକ ସରଳ, କ୍ଷୁଦ୍ର ଏବଂ ନିରାପଦ ଯାତ୍ରାରେ ଭୂମଧ୍ୟସାଗର ଏବଂ ଆଟଲାଣ୍ଟିକ ଦେଇ ୧୦୦ ଯାତ୍ରୀଙ୍କୁ ନେଇପାରିବ। ଦୁର୍ଘଟଣା ଅବତରଣ କିମ୍ବା ଆକାଶରେ କୌଣସି ବୈଷୟିକ ତ୍ରୁଟି ହେଲେ ବିମାନଟି ସହଜରେ ପାଣିରେ ଯାତ୍ରା କରିପାରିବ। ଏହି ବିମାନରେ ୪୦୦ ହର୍ସ ପାଓ୍ବାରର ୮ ଇଞ୍ଜିନ ଏବଂ ୩୦ ମିଟର ଲମ୍ବର ୯ଟି ପଙ୍ଖା ଥିଲା।

Share