Categories: ଜାତୀୟ

ଜରୁରୀ ଅବତରଣ କଲା ବିମାନ

ବେଙ୍ଗାଲୁରୁ,୨୭ା୧୧: ବେଙ୍ଗାଲୁରୁରୁ ପାଟଣା ଯାଉଥିବା ଗୋ-ଏୟାର ବିମାନର ନାଗପୁର ବିମାନ ବନ୍ଦରରେ ଶନିବାର ଜରୁରିକାଳୀନ ଅବତରଣ କରାଯାଇଥିବା ଜଣାପଡ଼ିଛି। ଇଞ୍ଜିନ୍‌ରେ ତ୍ରୁଟି ଯୋଗୁ ପାଇଲଟ୍‌ ହଠାତ୍‌ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏଥିରେ ଥିବା ୧୩୯ ଜଣ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ସମସ୍ତ ଯାତ୍ରୀଙ୍କୁ ଅପରାହ୍ନ ୪ଟାରେ ଅନ୍ୟ ବିମାନରେ ପାଟଣା ପଠାଇବାକୁ ପ୍ରସ୍ତୁତି ଚାଲିଛି। ବିମାନଟି ଇଞ୍ଜିନିୟରିଂ ଦଳ ଦ୍ୱାରା ଯାଞ୍ଚ କରାଯାଉଛି। ଯାତ୍ରୀମାନେ ଗୋଆ ଟର୍ମିନାଲରେ ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କ ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି ବୋଲି କ୍ୟାପଟେନ କହିଛନ୍ତି।

Share