Advertisement

ଜୟପୁରରୁ ଉଡ଼ିବ ବିମାନ

ଜୟପୁର,୨୮ା୭(ନି.ପ୍ର.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୁଧବାର ଏକ ସ୍ବତନ୍ତ୍ର ବିମାନ ଯୋଗେ କୋରାପୁଟ ଜିଲା ଜୟପୁର ଗସ୍ତ କରିଥିଲେ। ଏୟାର ଷ୍ଟ୍ରିପ୍‌ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜୟପୁର ଏୟାରଷ୍ଟ୍ରିପର ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ ଏବଂ ବିଭିନ୍ନ ସ୍ଥାନକୁ ବିମାନ ଉଡ଼ିବ ବୋଲି ଅଧିକାରୀ ଦ୍ୱୟ କହିଛନ୍ତି।

ଏହି ଅବସରରେ ଜୟପୁର ବିମାନ ବନ୍ଦରଠାରେ ଉଭୟ ଅଧିକାରୀ ପହଞ୍ଚତ୍ବା ପରେ ଆମ୍ବାଗୁଡାସ୍ଥିତ ସରକାରୀ ହାଇସ୍ଲୁଲର ସ୍ମାର୍ଟ କ୍ଲାସ୍‌ ବୁଲି ଦେଖିଥିଲେ। ପରେ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ସହ ଜଳ ସମ୍ପଦ ବିଭାଗ ସ୍ବତନ୍ତ୍ର ସଚିବ ଅନୁ ଗର୍ଗ, ମିଶନ ଶକ୍ତିର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share