ଭୁବନେଶ୍ୱର, ୩୦।୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୨ରୁ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ। କୋଭିଡ୍-୧୯ ନିୟମକୁ ପାଳନ କରି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି। ଏଥିସହିତ ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ସର୍ବସାଧରଣଙ୍କ ନିମନ୍ତେ ଖୋଲିବ। ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ଦିନଗୁଡ଼କ ଖୋଲା ରହିବ। ପ୍ଲାନେଟାରିୟମ୍ରେ ପ୍ରତି ଶୋ’ରେ ୫୦ଜଣ ଦର୍ଶକଙ୍କୁ ଅନୁମତି ରହିଛି।