
ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୮ ତାରିଖରୁ ଖୋଲିବ ପ୍ଲାନେଟାରିଅମ୍। କୋଭିଡ୍ କଟକଣାରେ ଭୁବନେଶ୍ୱରର ପଠାଣୀ ସାମନ୍ତ, ବୁର୍ଲାର ଅବ୍ଦୁଲ କାଲାମ ପ୍ଲାନେଟାରିଅମ୍ ଖୋଲିବ। ଏଥିସହ ଖଣ୍ଡପଡ଼ାରେ ଥିବା ପଠାଣୀ ସାମନ୍ତ ମ୍ୟୁଜିୟମ୍ ମଧ୍ୟ ଖୋଲିବ। ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ୫୦% ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।