Advertisement

ଅଗ୍ନିକାଣ୍ଡରେ ଜଳିଗଲା ରାସ୍ତାପାର୍ଶ୍ୱ ଚାରା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ବେହେରା କପଡ଼ା ବଜାର ନିକଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ରାସ୍ତାପାର୍ଶ୍ୱ ଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଚାରା ନଷ୍ଟ ହୋଇଯାଇଛି। ଏହାକୁ ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ନିକଟସ୍ଥ ଧାନକ୍ଷେତ ନଡ଼ା ଜାଳିବାକୁ କେହି ନିଆଁ ଲଗାଇ ଦେଇଥିଲେ। ତେବେ ସେହି ନିଆଁ ବେହେରା କପଡ଼ା ବଜାର ନିକଟ ରାସ୍ତାପାର୍ଶ୍ୱକୁ ବ୍ୟାପିଥିଲା। ଫଳରେ ରାସ୍ତାପାର୍ଶ୍ୱରେ ଲଗାଯାଇଥିବା ବିଭିନ୍ନ କିସମର ଚାରା ଜଳିଯାଇଥିଲା। ଆଉକିଛି ଚାରା ଝାଉଁଳି ପଡ଼ିଛି। ନିଆଁ ବ୍ୟାପୁଥିବା ଦେଖି ଖୁଣ୍ଟପାଲି ଗ୍ରାମର ସ୍ବେଚ୍ଛାସେବୀ ଦିବାକର ମାଝି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ସେଠାକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ନିଆଁ ଅନେକ ଜାଗାକୁ ପରିବ୍ୟାପ୍ତ ହେବା ସହିତ ରାସ୍ତାପାର୍ଶ୍ୱ ଚାରାଗୁଡ଼ିକୁ ନଷ୍ଟ କରି ସାରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel