ସ୍ମାର୍ଟ ଶ୍ରେଣୀ ଗୃହ ପାଇଁ ଭଲ କାନ୍ଥରୁ ପ୍ଲାଷ୍ଟର ଛଡ଼ାଗଲା

ଜଗତ୍‌ସିଂହପୁର ଅଫିସ, ୧୦ା୧: ଜଗତ୍‌ସିଂହପୁର ବ୍ଲକ ପୁନଙ୍ଗସ୍ଥିତ ନରେନ୍ଦ୍ରନାଥ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ ସ୍ମାର୍ଟ ଶ୍ରେଣୀ ଗୃହ ଉନ୍ନତୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ଏହି କାମ ବାବଦରେ ମୋ ସ୍କୁଲ ଅଭିଯାନ ତରଫରୁ ଜିଲାପାଳ ପାରୁଲ ପଟାୱାରୀଙ୍କୁ ଅବଗତ କରାଯାଇଥିଲା। ଏହି କାମ ସ୍କୁଲ ପରିଚାଳନା କମିଟି (ଏସ୍‌ଏମ୍‌ସି) ପରିବର୍ତ୍ତେ ଜଗତ୍‌ସିଂହପୁର ବିଡିଓଙ୍କ ତତ୍ତ୍ବାବଧାନରେ ହେବା ନେଇ ଜିଲାପାଳ କହିଥିଲେ। ରବିବାର ସ୍କୁଲ ଛୁଟି ସତ୍ତ୍ବେ ଏହି ବିଦ୍ୟାଳୟର ଭଲ କାନ୍ଥରୁ ପ୍ଲାଷ୍ଟର ଛଡ଼ାଯାଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ, କର୍ତ୍ତୃପକ୍ଷ କିମ୍ବା ବ୍ଲକର ବିଭାଗୀୟ କର୍ମଚାରୀଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଡିଓ ସାଗର ନନ୍ଦ ଅର୍ଥ ଲୁଟିବା ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଏହି କାମ ଦେଇଥିବା ନେଇ ମୋ ସ୍କୁଲ ଅଭିଯାନର ଏକାଧିକ ସଦସ୍ୟ ଗଣମାଧ୍ୟମ ପାଖରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅଭିଯାନର ସଦସ୍ୟ ସାରଦା ପ୍ରସାଦ ରଣା, ରଜନୀକାନ୍ତ ଚୌଧୁରୀ, ବଦ୍ରି ମହାନ୍ତି, ତ୍ରିଲୋଚନା ବେହେରା, ଲକ୍ଷ୍ମୀ ନାରାୟଣ ମିଶ୍ର, ସୁଧୀର ସିହ୍ନା ଓ ଦେବେନ୍ଦ୍ର ବେହେରା ପ୍ରମୁଖ କହିଛନ୍ତି, ବିଦ୍ୟାଳୟ ରୂପାନ୍ତରଣ କାମ ବାବଦରେ ୧୫ ଲକ୍ଷ ଟଙ୍କା ଆସିଛି। ନିୟମ ଅନୁସାରେ, ଏହି କାମ ତଦାରଖ କରିବା ପାଇଁ ୭ ଜଣିଆ କମିଟି ଗଠନ ହେବା କଥା। ଏହି କମିଟି ଯାହାଙ୍କ ନାମ ସୁପାରିସ କରିବେ ତାଙ୍କ ନାମରେ କାର୍ଯ୍ୟାଦେଶ ଦିଆଯିବା ଉଚିତ୍‌। କିନ୍ତୁ ବିଡିଓ ଏକତରଫା ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ କାମ କିଏ କରୁଛନ୍ତି ଜାଣିବା ପାଇଁ ସେମାନେ ବିଡିଓଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବିଡିଓ ଫୋନ ଉଠାଇ ନ ଥିଲେ। ତା’ପରେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ଫଳରେ କାହା ନିର୍ଦ୍ଦେଶରେ ବିଦ୍ୟାଳୟ ନୂଆ ଘର କାନ୍ଥରୁ ପ୍ଲାଷ୍ଟର ଛଡାଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ମୋ ସ୍କୁଲ ଅଭିଯାନ ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ସାଗର ନନ୍ଦଙ୍କୁ ତାଙ୍କ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ଏକ୍ୟୁ ମାନର ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ, ମିଲର

ରାୟଗଡ଼ା,୨୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଧାନମଣ୍ଡି ଆରମ୍ଭ ହୋଇ ୧୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ...

ବିଲରେ ଗଜାହେଲା ପାଚିଲା ଧାନ

ପଟ୍ଟାମୁଣ୍ଡାଇ,୨୭ା୧୨ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳର ୨ଟି ପାଟର ପାଚିଲା ଧାନ ଏବେ ପାଣିରେ ଲୋଟିଛି। ଲଗାଣବର୍ଷା ଉଜାଡ଼ି ଦେଇଛି ଭାତହାଣ୍ଡି। ବର୍ଷାରେ ଶହ ଶହ...

ଗାଡ଼ି ଶୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ଗାଡ଼ି

ବ୍ରହ୍ମପୁର,୨୭ା୧୨: ବ୍ରହ୍ମପୁରର ଏକ ଇଲେକ୍ଟ୍ରି ଗାଡ଼ି ଶୋ’ ରୁମ୍‌ରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟାଉନ ଥାନା ରେଡ୍ଡୀ ଗ୍ୟାରେଜ ଛକ ନିକଟ ଶୋ’ ରୁମ୍‌ରେ...

ଚାଷୀ ଆତ୍ମହତ୍ୟା ଘଟଣା: ମୃତଙ୍କ ପରିବାରଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଛତ୍ରପୁର, ୨୭।୧୨(ସନ୍ତୋଷ ପାଢ଼ୀ): ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି କ୍ଷତି ହେବାରୁ ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ବଡ଼ମାଧପୁର ପଂଚାୟତ ବରଙ୍ଗ ଗ୍ରାମର...

ଅବସର ନେବାକୁ ଆହୁରି ଦୁଇ ବର୍ଷ ବାକିଥିଲା, ମାତ୍ର ଝୁଲିପଡ଼ିଲେ ଏଏସ୍‌ଆଇ

ତେନ୍ତୁଳିଖୁଣ୍ଟି,୨୭ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା...

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ

ଭବାନୀପାଟଣା,୨୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ...

୬୦ ହଜାର ହେକ୍ଟର ଜମି ପ୍ରଭାବିତ

କେନ୍ଦ୍ରାପଡ଼ା,୨୭ା୧୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୨୨ ତାରିଖଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଜିଲାର ଅଧିକାଂଶ କ୍ଷେତ ଜଳମଗ୍ନ ହୋଇଛି। ବିଶେଷକରି ଧାନ...

ବର୍ଷା କମିଲା, ବଢ଼ିଲା ଦୁର୍ଦ୍ଦଶା

ଭବାନୀପାଟଣା: ୨୭ା୧୨ (ଉତ୍ତମ କୁମାର ଦାଶ): ଦୁଇଦିନର ଲଗାଣ ବର୍ଷା ଚାଷୀଙ୍କ ସମସ୍ତ ସ୍ବପ୍ନ ଓ ସମ୍ଭାବନାକୁ ଧୋଇନେଇଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri