Categories: ଖେଳ

ଅନ୍ତଜାର୍ତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ଏହି ଖେଳାଳି

ଇଂଲଣ୍ଡ,୮ା୯: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ରବିବାର ଅବସର ଘୋଷଣା କରିଛନ୍ତି ମୋଏନ ଅଲି। ସେ ଇଂଲଣ୍ଡ କ୍ରିକେଟ ଟିମ୍‌ର ଜଣେ ଦକ୍ଷ ଅଲ୍‌ରାଉଣ୍ଡର। ୧୦ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସେ ୨୯୮ଟି ମ୍ୟାଚ୍‌ ଖେଳିଛନ୍ତି। ତେବେ ସେ ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ ଖେଳ ଜାରି ରଖିବେ ବୋଲି କହିଛନ୍ତି।

ମୋଏନଙ୍କ ଅବସର ଇଂଲଣ୍ଡ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି। ସେ ୬୮ଟି ଟେଷ୍ଟ ମ୍ୟାଚ୍‌ ବ୍ୟତୀତ ୧୩୮ଟି ଓଡିଆଇ ଏବଂ ୯୨ ଟି-୨୦ ଖେଳିଥିଲେ। ଏହି ତିନୋଟି ଫର୍ମାଟ୍‌ରେ ମୋଏନ ଯଥାକ୍ରମେ ୨୦୪, ୧୧୧ ଏବଂ ୫୧ଟି ଓ୍ବିକେଟ୍‌ ହାସଲ କରିଥିଲେ। ଏହା ବ୍ୟତୀତ ମୋଏନଙ୍କ ଟେଷ୍ଟ ଫର୍ମାଟ୍‌ରେ ୩୦୯୪ ରନ୍‌ ସଂଗ୍ରହ କରିଛନ୍ତି। ଯେତେବେଳେ କି ଏହି ଅଲ୍‌ରାଉଣ୍ଡର ଓଡିଆଇ ଫର୍ମାଟ୍‌ରେ ୨୩୫୫ ରନ୍‌ ସ୍କୋର କରିଥିଲେ। ଏହି ସମୟରେ ମୋଏନ ଟି-୨୦ ଫର୍ମାଟ୍‌ରେ ୧୨୨୯ ରନ୍‌ ସ୍କୋର କରିଥିଲେ।

ମୋଏନ ଅବସର ନେବା ସମୟରେ କହିଛନ୍ତି, ମୁଁ କିଛି ଦିନ ରହି ପୁଣି ଇଂଲଣ୍ଡ ପାଇଁ ଖେଳିବାକୁ ଚେଷ୍ଟା କରିପାରିବି, କିନ୍ତୁ ମୁଁ ଜାଣେ ଯେ, ତାହା କରିବି ନାହିଁ। ମୁଁ ଭାବୁନାହିଁ କାରଣ ଏହା ଭଲ ନୁହେଁ।
ତଥାପି ଭାବୁଛି ମୁଁ ଖେଳିପାରେ। ବାସ୍ତବରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବାକୁ ପଡ଼ିବ, କିନ୍ତୁ ଏହାପୂର୍ବରୁ ମୋଏନଙ୍କ ଅବସର ଝଟ୍‌କା ଇଂଲଣ୍ଡ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି।

ମୋଏନ ତାଙ୍କ ସ୍ପିନ୍‌ ସହିତ ସାରା ବିଶ୍ୱର ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ। ବିଶେଷକରି ଭାରତୀୟ ଭେଟେରାନ୍‌ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ମୋଏନ ପ୍ରତିବନ୍ଧକ ଥିଲେ। ମୋଏନ ସମସ୍ତ ତିନୋଟି ଫର୍ମାଟରେ ବିରାଟଙ୍କୁ ବହୁତ ଅସୁବିଧାରେ ପକାଉଥିଲେ। ଏହି ତିନୋଟି ଫର୍ମାଟରେ ବିରାଟଙ୍କୁ ୧୦ଥର ନିଜର ଶିକାର କରିଥିଲେ। ଯେଉଁଥିରେ ସେ ଟେଷ୍ଟ୍‌ ଫର୍ମାଟ୍‌ରେ ସର୍ବାଧିକ ୧୦ ପ୍ୟାଭିଲିୟନ ଫେରିବାକୁ ରାସ୍ତା ଦେଖାଇଥିଲେ। ଏହା ବ୍ୟତୀତ ମୋଏନ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ।

Share