Categories: ଖେଳ

କଳାବ୍ୟାଣ୍ଡ ବାନ୍ଧି ଖେଳିଲେ ଉଭୟ ଦେଶର ଖେଳାଳି

ଲଣ୍ଡନ,୭ା୬: ବିଶ୍ବ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଛି। ଆଜିର ମ୍ୟାଚ୍‌ରେ ଦୁଇ ଦଳ ଭାରତ-ଅଷ୍ଟ୍ରେଲିଆର ଖେଳାଳିମାନେ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତକଙ୍କ ପାଇଁ ମ୍ୟାଚ୍‌ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପରେ ଉଭୟ ଦଳର ଖେଳାଳିମାନେ ହାତରେ କଳାବ୍ୟାଣ୍ଡ ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ।

ଅଷ୍ଟ୍ରେଲିଆ ଦଳ: ପ୍ୟାଟ କୁମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ, କାମେରନ୍‌ ଗ୍ରୀନ୍‌, ମାର୍କସ୍‌ ହାରିସ୍‌, ମାଇକେଲ ନେସର, ଟ୍ରାଭିସ୍‌ ହେଡ, ଉସମାନ୍‌ ଖ୍ବାଜା, ମାର୍ନସ ଲାବୁଶେନ୍‌, ନାଥନ୍‌ ଲିୟନ୍‌, ଜୋଶ ଇଙ୍ଗଲିସ୍‌, ଟଡ୍‌ ମର୍ଫି, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ ଓ ଡେଭିଡ୍‌ ଓ୍ବାର୍ନର।
ରିଜର୍ଭ: ମିଚେଲ ମାର୍ଶ, ମ୍ୟାଟ୍ଟ ରେନ୍‌ଶ’।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ରବିଚନ୍ଦ୍ରନ ଅଶ୍ୱିନ୍‌, ଶ୍ରୀକର ଭରତ, ଶୁବମାନ ଗିଲ୍‌, ରବୀନ୍ଦ୍ର ଜାଡେଜା, ବିରାଟ କୋହଲି, ଈଶାନ କିଶନ, ଚେତେଶ୍ୱର ପୂଜାରା, ଅକ୍ଷର ପଟେଲ, ଅଜିଙ୍କ୍ୟ ରାହାନେ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୂଳ ଠାକୁର, ଜୟଦେବ ଉନାଡକଟ, ଉମେଶ ଯାଦବ।
ରିଜର୍ଭ : ଯଶସ୍ବୀ ଜୟସ୍ବାଲ,ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ।

Share