Categories: ଖେଳ

ଦଳ ଚାମ୍ପିୟନ୍‌ ହେବାପରେ ଖେଳାଳିଙ୍କୁ ମିଳିଲା ଚେତାବନୀ

ମେଲବୋର୍ନ,୧୬।୧୧: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହୋଇଛି। ପରେ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଖୁସି ହେବା ପରିବର୍ତ୍ତେ ଦଳର ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ମିଚେଲ ମାର୍ଶଙ୍କ ଚମତ୍କାର ଇନିଂସକୁ ଆଶେସ ସିରିଜ ପାଇଁ ଚୟନ କରାଯିବାବେଳେ ପ୍ରାଥମିକତା ମିଳିବ ନାହିଁ। କାରଣ ଉଭୟ ଫର୍ମାଟ ସଂପୂର୍ଣ୍ଣ ଅଲଗା । ମାର୍ଶ ଫାଇନାଲରେ (ଟି -୨୦ ବିଶ୍ୱକପ ୨-୨୧) ୫୦ବଲରେ ୭୭ ର ଏକ ଇନିଂସ ଖେଳିଥିଲେ। ଏହି କାରଣରୁ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ଟି -୨୦ ବିଶ୍ୱକପ ଟାଇଟଲ ଜିତିବାରେ ସକ୍ଷମ ହୋଇଥିଲା। ଡିସେମ୍ବର-ଜାନୁଆରୀରେ ଅଷ୍ଟ୍ରେଲିଆକୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ।
ମିଚେଲ ମାର୍ଶ ଟି-୨୦ ବିଶ୍ୱକପର ୬ଟି ମ୍ୟାଚରେ ହାରାହାରି ୬ରେ ରନ ସଂଗ୍ରହ କରିଥିଲେ। ଏହା ପରେ, ଇଆନ ହେଲିଙ୍କ ପରି ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଦଳରେ ତାଙ୍କ ଚୟନକୁ ସମର୍ଥନ କରିଥିଲେ। ତେବେ ଯେତେବେଳେ ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ୩୧ ବର୍ଷିୟ ମିଚେଲ ମାର୍ଶଙ୍କ ଚୟନ ବିଷୟରେ ଜର୍ଜ ବେଲିଙ୍କୁ ପଚରାଗଲା, ସେ ସିଧାସଳଖ କିଛି କହିବାକୁ ମନା କରିଦେଇଥିଲେ।
ସେ କହିଥିଲେ, ସତ କହିବାକୁ ଗଲେ, ଏହି ପ୍ରଦର୍ଶନକୁ ଅଧିକ ଗୁରୁତ୍ୱ ଦିଆଯିବ ନାହିଁ ।ଟି -୨୦ ଏବଂ ଟେଷ୍ଟ ଫର୍ମାଟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ମୁଁ ଭାବୁନାହିଁ ଯେ ଟି -୨୦ ବିଶ୍ୱକପ ଜିତିବା ଆଶେସରେ ଲାଭଦାୟକ ହେବ।
ମିଚେଲ ମାର୍ଶ ୩୨ଟି ଟେଷ୍ଟ ଖେଳିଛନ୍ତି, କିନ୍ତୁ ସେ ଦଳରେ ନିଜର ସ୍ଥାନ ପକ୍କା କରିବାରେ ବିଫଳ ହୋଇଛନ୍ତି। ଏହି ଫର୍ମାଟରେ ବ୍ୟାଟଂରେ ତାଙ୍କର ହାରାହାରି ୨୫ ଏବଂ ବୋଲିଂ ହାରାହାରି ୩୯। ୫ ମ୍ୟାଚ ବିଶିଷ୍ଟ ସିରିଜ ଡିସେମ୍ବର ୮ରୁ ଆରମ୍ଭ ହେଉଛି।

Share