
ଦାରିଙ୍ଗବାଡି,୪।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ଏକମାତ୍ର ଖେଳ ପଡ଼ିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପଡ଼ିଆ ଉପରେ ନିର୍ଭର କରୁଥିବା ପ୍ରାତଃ ଭ୍ରମଣକାରୀ ଦୈନିକ ପଡ଼ିଆକୁ ସଫେଇ କରୁଥିଲେ ମଧ୍ୟ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ଯୋଗୁ ଖାଲି ବୋତଲ, ପ୍ଲାଷ୍ଟିକ, ଅଇଁଠା ଖଲି ପତ୍ର ସବୁ ପଡି ପଡ଼ିଆଟି ନଷ୍ଟ ହେଉଛି । ମଦ ବୋତଲ ଗୁଡିକ ଭାଙ୍ଗି ପଡିଥିବାରୁ ଅନେକ ସମୟରେ ସେଠାରେ ପ୍ରାତଃ ଭ୍ରମଣ ଓ ଅନ୍ୟ ଖେଳ କୁଦ କରୁଥିବା ଲୋକଙ୍କ ଗୋଡରେ ଆଘାତ ହେଉଥିବା ନଜିର ରହିଛି। ପଡ଼ିଆର ଏଭଳି ଅବସ୍ଥାକୁ ନେଇ ପରିବେଶବିତ୍ଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି। ମଙ୍ଗଳବାର ସକାଳ ସମୟରେ କିଛି ପରିବେଶବିତ୍ ଖେଳକୁଦ, ଯୋଗାଭ୍ୟାସ କରିବାକୁ ଯାଇଥିବାବେଳେ ପଡ଼ିଆକୁ ସଫେଇ କରିବା ସହ ଲଟା ବୁଦା ସଫେଇ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଭାଜପାର ମଣ୍ଡଳ ସଭାପତି ମିଟୁ ସାହୁଙ୍କ ସମେତ ଭଗବାନ ସାହୁ, ପ୍ରଶାନ୍ତ ଗନ୍ତାୟତ, ସଦାଶିବ ବିନ୍ଧାଣି, ଅଞ୍ଜନ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ରାମଚନ୍ଦ୍ର ବେହେରା ରାଧାକାନ୍ତ ବିନ୍ଧାଣି ପ୍ରମୁଖ ଏହାକୁ ନିରନ୍ତର ଭାବେ ସଫେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରାଷ୍ଟ୍ରୀୟ ସ୍ବୟଂ ସେବକ ମହାବୀର ପ୍ରଭାତ ଶାଖାର ସମସ୍ତ ସଦସ୍ୟ ଏହି ସଫେଇ ନିୟମିତ କରିବା ସହ ଦାରିଙ୍ଗବାଡିକୁ ସ୍ବଚ୍ଛ ରଖିବାକୁ ନିଷ୍ପତ୍ତି ନେଇ ଏହି କାର୍ଯ୍ୟ କରୁଥିବା କୁହାଯାଇଛି ।