ବର୍ଷାରେ ପୋଲ ଭୁଶୁଡ଼ିଲା, ଯାତାୟାତ ଠପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩।୫:କନ୍ଧମାଳ ଜିଲାରେ ବର୍ଷା ପ୍ରଭାବରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହାଠାରୁ ଜ୍ରାକିରାହାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭୁଷୁଡି ପଡିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁତ୍ଥିବା ଲୋକଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସୋମବାର ସକାଳୁ ଜିଲାରେ ବର୍ଷା ହୋଇଥିଲା ଫିରିଙ୍ଗିଆ ଅଞ୍ଚଳରେ ଏହାର ପ୍ରଭାବ ଜୋର ଥିଲା ା ବହୁତ ବର୍ଷ ପୂର୍ବେ ଏହି ରାସ୍ତା ଉପରେ ନିର୍ମାଣ ହେଇଥିବା ପୋଲ ଭୁଷୁଡି ପଡିଥିଲା। ଫଳରେ ଜ୍ରାକିରାହା, ଡହିଙ୍ଗିଆ, ଡାଡିଲାଇ, କରୁକଜା, ମହଲ୍ଲିଙ୍ଗିଆ ଭଳି ଅନେକ ଛୋଟ ବଡ଼ ଗାଁ ବିଚ୍ଛିନ୍ନ ହୋଇଯାଇଛି। ବର୍ତ୍ତମାନ ଏହି ରାସ୍ତା ଦେଇ ବାଇକ୍‌, ଅଟୋ, ଟ୍ରାକ୍ଟର, ଆମ୍ବୁଲାନ୍ସ ଚଳାଚଳ ବନ୍ଦ ରହିଛି। ଦୀର୍ଘ ଦିନରୁ ଏହି ପୋଲ ବିପଦ ସଂକୁଳ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ନ ଥିଲା ା ଲୋକଙ୍କ ବାରମ୍ବାର ଅଭିଯୋଗ କ୍ରମେ ନୂତନ ପୋଲ ନିର୍ମାଣ ନ ହେବାରୁ ଏଭଳି ପରିସ୍ଥିତି ଉପୁଜିଲା ବୋଲି ଗ୍ରାମବାସୀ କହିଛନ୍ତି ା ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ କାର୍ଯ୍ୟାଳୟ ଯିବାକୁ ହେଲେ ଏହି ରାସ୍ତା ଉପରେ ଲୋକେ ନିର୍ଭର କରନ୍ତି । ଭୁଷୁଡି ପଡିଥିବା ପୋଲ ନୂତନ ଭାବେ ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଏସିଆ କହଁର ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି ।

Share