ପତାକା ସହ ଖୁଣ୍ଟ ଉପୁଡି ଗଛରେ ଝୁଲିଲା

ହାଟଡିହୀ,୧୬।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର  ପତାକା ଉତ୍ତୋଳନ କରାଯାଇଥିଲା। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି ହାଟଡିହୀ ଉପକୋଷାଗାର କାର୍ଯ୍ୟାଳୟ ତରଫରୁ ପତାକା ଉତ୍ତୋଳନ କରାଯାଇଥିବା ଖୁଣ୍ଟଉପୁଡି ଏକ ଗଛ ଡାଳରେ ଦୀର୍ଘ ସମୟ ଝୁଲି ରହିଥିଲା। ଏଥିପ୍ରତି କେହି ନଜର ନ ଦେବା ପରିତାପର ବିଷୟ ସାଜିଛି।
ଆନନ୍ଦପୁର -ଭଦ୍ରକ ୫୩ ନଂ ରାଜ୍ୟ ରାଜପଥ କଡ଼କୁ ଲାଗି ଏବଂ ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅନତି ଦୂରରେ ଉପ କୋଷାଗାର କାର୍ଯ୍ୟାଳୟ ରହିଛି । ତ୍ରିରଙ୍ଗା ଉଡ଼ାଇ ଆଜାଦିକି ଅମୃତ ଅବସର ପାଳନ ହେଉଥିବା ବେଳେ ହାଟଡ଼ିହୀ ଉପକୋଷାଗାରର ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱ ହୀନତା ପାଇଁ ତ୍ରିରଙ୍ଗା ପତାକା ଖୁଣ୍ଟ ସହ ଉପୁଡ଼ି ଏକ ଗଛ ଡାଳରେ ଝୁଲିଲା । ଯାହାକୁ ନେଇ ଭାଜପା ନେତା ଆଲୋକ ସେଠୀ ଏବଂ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ କ୍ଷୋଭ ପ୍ରକାଶ କରିଥିବା ବେଳେ ପ୍ରଶାସନିକ କର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।