ସୁନା ଗହଣା ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ

ରାୟଗଡା,୨୩।୬(ପ୍ରଫୁଲ୍ଲ କୁମାର ବେହେରା): କାଶିପୁର ବ୍ଲକ ଟିକିରି ପୋଲିସକୁ ମିଳିଛି ବଡ ଧରଣର ସଫଳତା। ଟିକିରି ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ବ ବନ୍ଦିନୀ ବାଘଙ୍କ ନେତୃତ୍ୱରେ ଏହି ସଫଳତା ପୋଲିସ ବିଭାଗକୁ ମିଳିଛି। ସୂଚନା ମୁତାବକ, ଟିକିରି ଅଞ୍ଚଳରେ କିଛି ଦିନ ହେଲା ଏକ ଚୋର ଗ୍ୟାଙ୍ଗ ସକ୍ରିୟ ଥିବାବେଳେ ସାନ ମାଟିକଣା ଗ୍ରାମର ଜଣେ ମହିଳାଙ୍କ ନିକଟରୁ ଦୁଇଟି ସୁନାର ଜମେଲି, ଗୋଟିଏ ନାକ ଦଣ୍ଡି ଓ ଗୋଟିଏ ସୁନା ଚେନ ଲୁଟି ନେଇଥିଲେ। ପରେ ପହଣ୍ଡି ଛକ ନିକଟରେ ରାତ୍ରି ପ୍ରାୟ ୧୨ଟା ସମୟରେ ଏକ ନୀଳଗିରି କାଠ ଗାଡି ଡ୍ରାଇଭରକୁ ଛୁରି ଓ ବନ୍ଧୁକ ଦେଖାଇ ୫ ହଜାର ନଗଦ ଓ ଫୋନ ପେରେ ୨୨ ହଜାର ଟଙ୍କା ଲୁଟ କରିଥିଲେ। ଏହି ଘଟଣାକୁ ନେଇ ଥାନାରେ କେଶ ହୋଇଥିବାବେଳେ ଏକ ମାମଲା ୧୨୫/୧୬/୦୬/୨୪ରେ ରୁଜୁ ହୋଇଥିଲା। ଏହାକୁ ନେଇ ତଦନ୍ତ କରିବା ପରେ ଏହି ଘଟଣାରେ ନବରଙ୍ଗପୁର ଜିଲା ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ କଲୋନୀର ଦୈତାରି ଚାଲାନ (୩୮), ଖାତୀ ଗୁଡା ଅନ୍ତର୍ଗତ କେଣ୍ଡୁଗୁଦ ଗ୍ରାମର ଧନପତି ହରିଜନ ( ୨୪), କଳାହାଣ୍ଡି ଜିଲ୍ଲାର ଆମପାଣି ଥାନା ଅନ୍ତର୍ଗତ ଲେଖମ ଗାଁ ର ପାଳ ସାନ୍ତା ଓ ଆମପାଣି ଅନ୍ତର୍ଗତ ବିରୀମୋହନ ଛକ ପଡ଼ାର ଦାସ ସାନ୍ତାକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଉକ୍ତ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଛୁରି, ଗୋଟିଏ ବନ୍ଧୁକ ସହ ଗୋଟିଏ କାର ଓ ଦୁଇଟି ବାଇକ ଜବତ କରିବା ସହ, ୭ଟି ମୋବାଇଲ ଫୋନ ଜବତ କରିଥିବା ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତି କହିଛନ୍ତି।

Share