ସଙ୍ଗଠନ ଛାଡ଼ିଥିବା ମାଓବାଦୀଙ୍କୁ ଗିରଫ କଲା ପୋଲିସ

ପାରଳାଖେମୁଣ୍ଡି,୧୨।୮(ଡି.ଏନ୍‌.ଏ.): ସଙ୍ଗଠନ ଛାଡ଼ିଥିବା ଜଣେ ମାଓବାଦୀଙ୍କୁ ଅଡବା ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ଗଜପତି ଜିଲା ଡେକାପଙ୍କା ଗାଁର ପ୍ରଫୁଲ୍ଲ ପରିଚ୍ଛା ଓରଫ ଲୋରେ। ତାଙ୍କ ନାମରେ ଅଡବା ଥାନାରେ ୭ଟି ମାମଲା ରହିଛି। ୨୦୦୮-୨୦୧୦ ମଧ୍ୟରେ ବିଭିନ୍ନ ହିଂସା ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି । ତାଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ତେବେ ସେ ଶୁକ୍ରବାର ଗାଁ ଘରେ ଥିବା ଜାଣି ପୋଲିସ ଚଢ଼ାଉ କରିଥିଲା। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା।