Advertisement

ପଦ୍ମପୁରରେ ବଡ଼ଧରଣର ବାଇକ୍‌ ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ, ୭ ଗିରଫ

ପଦ୍ମପୁର,୫ା୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବାଇକ ଚୋର ମାତିଥିବାରୁ ପୋଲିସ ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ନେବାକୁ ଆରକ୍ଷୀ ଅଧୀକ୍ଷକ ପିଏସ୍‌ ମୀନା ଆଦେଶ ଦେଇଥିଲେ। ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା ଅଧିକାରୀ ମମତା ନାଏକଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏସ୍‌ଆଇ ସୁରେଶ ନାଏକ ସହକର୍ମୀ ଏଚ୍‌ ଗଡ଼ତିଆ, ଡିଡି ଧରୁଆ, ଆରଏମ ସାହୁ ପ୍ରମୁଖ ବାରମ୍ବାର ଗାଇସିଲେଟ ରାସ୍ତା କୁଡାସିଂହା ଛକରେ ପଇଁତରା ମାରୁଥିଲେ। ଏତିକି ବେଳେ ଓଡି ୧୭ବି ୧୩୧୬ ବାଇକ୍‌ରେ ତାଲପାଲିର ଧନଞ୍ଜୟ( ଛୁଆବାବୁ)ସାହୁ ଓ କଟାବାହାଲର କୁଶ ନାଗଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ବାଇକ୍‌ ଚୋରି ଘଟଣାରେ ଅନ୍ୟ ଖୁଟପାଲିର ଦୁର୍ଯ୍ୟୋଧନ(ପିଚୁ)ବେଇ, ତାଲପାଲିର ମାଧବ କରନାଲ, ଜନକେଡ଼ାର ଲକ୍ଷ୍ମଣ ମଲ୍ଲିକ, ମହେଶ ସାହୁ ଓ ନୂଆଗାଁର ମାୟା ତରିଆ ସଂପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିଲା। ସମସ୍ତ ୭ ଅଭିଯୁକ୍ତଙ୍କୁ କାବୁ କରି ୪ଟି ନମ୍ବର ବିହୀନ ବାଇକ୍‌ ସହ ଓଆର ୧୭ଇ ୩୩୩୩, ଓଆର ୧୭ଜି ୯୩୦୬, ଓଡି ୩ସି ୦୯୫୭,ଓଡି ୧୭ଜେ ୧୫୭୩, ଓଡି ୧୭ଏ ୧୪୧୧,ଓଡି ୧୭ଜି ୨୬୩୯, ଓଆର ୦୮ଇ ୧୨୭୩, ଓଡି ୧୭ସି ୩୧୩୭, ସିଜି ୧୧ବିଏ ୯୨୩୩, ସିଜି ୦୬-୨୭୨୪, ଓଡି ୧୭ବି ୧୩୧୬, ସିଜି ୦୬-୩୭୧୦, ଓଆର ୦୩ଏଫ ୫୪୪୪ ଚୋରା ବାଇକ ଉଦ୍ଧାର କରାଯାଇଛି। ଅନ୍ୟ ଚୋରି ବାଇକ୍‌ଗୁଡ଼ିକର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ବୋଲି ପଦ୍ମପୁର ଏସ୍‌ଡିପିଓ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share