ବିଭିନ୍ନ ଅପରାଧରେ ଜଡ଼ିତ ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ: ୨ ବନ୍ଧୁକ ସହ ୭ ଅଭିଯୁକ୍ତ ଅଟକ

ଟିଟିଲାଗଡ଼,୧୩।୩: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି l ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ ଥିବା ଏକ ବଡ଼ ଗ୍ୟାଙ୍ଗ୍‌କୁ ଟିଟିଲାଗଡ଼ ପୋଲିସ କାବୁ କରିଛି l ସେମାନଙ୍କଠାରୁ ପୋଲିସ ୨ଟି ଦେଶୀ ବନ୍ଧୁକ ସହ ଅନେକ ସାମଗ୍ରୀ ଜବତ କରିଥିବା ଜଣାପଡିଛି l ଏନେଇ ପୋଲିସ ଗ୍ୟାଙ୍ଗ୍‌ର ୭ ଜଣ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ବଲାଙ୍ଗୀର ଏସ୍‌ପି ଟିଟିଲାଗଡ଼ରେ ପହଞ୍ଚିବା ପରେ ଖବରଦାତା ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ ବୋଲି ଥାନା ଆଇଆଇସି ରଞ୍ଜନ ବରିହା ପ୍ରକାଶ କରିଛନ୍ତି।

Share