ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଏକ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ଥିବା ୩ ଜଣକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସୋନପୁର ଜିଲା ତରଭା ଥାନା ଅନ୍ତର୍ଗତ କାମସରା ଗ୍ରାମର ଆନନ୍ଦ ନାଗ(୩୫), ଚନ୍ଦନ ନାଗ(୨୬) ଓ ଅନ୍ତରଦାର ସନ୍ତୋଷ ସରଭଙ୍ଗା(୩୮) ବୋଲି ଜଣାପଡିଛି। ସେମାନଙ୍କଠାରୁ ବିଭିନ୍ନ କମ୍ପାନୀର ୨୮ଟି ମୋବାଇଲ ଫୋନ ସହ ଏକ ମାରୁତି ଭ୍ୟାନ ନଂ(ଓ ୩୧କେ -୭୪୩୩)ଜବତ କରିଛି। ଏହି ଭ୍ୟାନରେ ଆସି ସେମାନେ ଚୋରି କରୁଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ,ଭବାନୀପାଟଣା ସହର ୱାର୍ଡ ନଂ ୨୦ ତେନ୍ତୁଲି ଗଛପଡାର ରାଜକୁମାର ଅଗ୍ରୱାଲ (୫୮) ଗତ ଶୁକ୍ରବାର ଭୋରରେ ମା’ମାଣିକେଶରୀଙ୍କ ଛତର ଯାତ୍ରା ଦେଖିବାକୁ ସ୍ଥାନୀୟ ଜେନାଖାଲପଡ଼ାକୁ ଯାଇଥିଲେ। ସେଠାରେ କେହି ଜଣେ ଦୁର୍ବୁତ୍ତ ତାଙ୍କ ମୋବାଇଲକୁ ପକେଟରୁ ଚୋରି କରି ନେଇ ଯାଇଥିଲା। ଏହାକୁ ନେଇଁ ରାଜ କୁମାର ଭବାନୀପାଟଣା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଟାଉନ ଥାନା ପୋଲିସ ଏକ ମାମଲା ନଂ(୪୧୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଏହି ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇ ପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ହଟିବ ଅଦରକାରୀ…

ଭୁବନେଶ୍ୱର,୧୬ା୧୦: ରାଜ୍ୟ ସରକାର ଖୁବ୍‌ଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବେ। କମିଶନ ଗଠନ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଅପ୍ରାସଙ୍ଗିକ ଓ ଅଦରକାରୀ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

କାହିଁକି ବିଜେଡି ଛାଡୁଛନ୍ତି ନେତା, ଭିତିରି କଥା କହିଦେଲେ ସନ୍ତୃପ୍ତ

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ସନ୍ତୃପ୍ତ ମିଶ୍ରଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ, ଯୋଗାଯୋଗରେ ବହୁ ଭାଜପା ନେତା…

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ, ପାଣ୍ଡିଆନଙ୍କୁ ନେଇ କହିଲେ…

ଭୁବନେଶ୍ୱର,୧୬।୧୦: ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ। ଖୋଲାଖୋଲି କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ନେଇ ବଡ଼ ବୟାନ ଦେଇଛନ୍ତି ଦେବାଶିଷ। ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ...

ଆସୁଛି ବଡ଼ ବାତ୍ୟା! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ…

ଭୁବନେଶ୍ୱର,୧୬।୧୦: ପୁଣି ଡରାଇଲାଣି ଅକ୍ଟୋବର ମାସ। ଓଡିଶାକୁ ବାତ୍ୟା ଆଶଙ୍କା ଥିବା ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri