ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ତଥା ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଜିଲାରେ ଏଟିଏମ୍ଗୁଡିକରୁ ଲୁଟୁଥିଲେ। ବୁଧବାର ରମ୍ଭା ଥାନା ପୋଲିସ ଦୁଇ ଆନ୍ତଃ ରାଜ୍ୟ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୯୨ ହଜାର ଟଙ୍କା ଜବତ ହୋଇଥିବା ଥାନା ଆଇଆଇସି ପି.ସ୍ବରୂପ କିଷାନ ସୂଚନା ଦେଇଛନ୍ତି। ଗିରଫ ଲୁଟେରାମାନେ ହେଲେ ହରିହର ରେଡ୍ଡି ଏବଂ ରଘୁନାଥ ରେଡ୍ଡି। କେସ୍ ନଂ ୩୭/୨୩ ଓ ୩୭୯/୨୩ରେ ଦୁଇଟି ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି। ରମ୍ଭା ଅଞ୍ଚଳରେ ତିନୋଟି ଏଟିଏମ ଲୁଟ୍ ଘଟଣା ବର୍ତ୍ତମାନ ଜଣା ପଡ଼ିଥିବା ବେଳେ ବେଲଗୁଣ୍ଠାରେ ମଧ୍ୟ ଏଟିଏମ୍ ଲୁଟି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିସହ ସେମାନଙ୍କ ନିକଟରୁ ୧୨ଟି ଏଟିଏମ୍ କାର୍ଡ ଜବତ ହୋଇଛି। ସେମାନେ ପୁରୀ ଜିଲାରେ ମଧ୍ୟ ଏହିଭଳି ଘଟଣାରେ ସଂଶ୍ଲିଷ୍ଟ ଥିବା ରମ୍ଭା ପୋଲିସ ସୂଚନା ଦେଇଛି।