ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ, ସ୍ବାମୀ କହିଲେ…

ଦିଗପହଣ୍ଡି,୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ରଞ୍ଜିତା ପଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୟଚନ୍ଦ୍ର ପଣ୍ଡା ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ବୁଧବାର ରଞ୍ଜିତାଙ୍କ ମା’ ରେଣୁ ପଣ୍ଡା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା କେସ୍‌ ନଂ ୩୬୬/୨୪ରେ ଏକ ମାମଲା ରୁଜୁ କରିବା ସହ ମୁଖ୍ୟ ଅଭିଯୁକ୍ତ ଜୟଚନ୍ଦ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି। ମଙ୍ଗଳବାର ଅପରାହ୍ନରେ କୌଣସି କଥାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସ୍ବାମୀ ଜୟଚନ୍ଦ୍ର ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେ ଅଚେତ ହୋଇ ଘରେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ରଞ୍ଜିତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ଦୁଷ୍ମନ୍ତ ପ୍ରଧାନ ବୁଧବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

୧୦ ବର୍ଷ ପୂର୍ବେ ପେଣ୍ଡୁରାବାଡ଼ି ଗ୍ରାମର ସ୍ବର୍ଗତ ସୀମାଞ୍ଚଳ ପଣ୍ଡାଙ୍କ ମଝିଆ ଝିଅ ରଞ୍ଜିତା ସେହି ଗ୍ରାମର ଜୟଚନ୍ଦ୍ରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସ୍ବାମୀ ଓ ଶାଶୁଘର ଲୋକମାନଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ଉଭୟଙ୍କ ଝିଅ ଓ ପୁଅ ଅଛନ୍ତି। ଅମାବାସ୍ୟା ତିଥିରେ ବଜ୍ର ମହାକାଳୀ ପୂଜା ନିମନ୍ତେ ଯାବତୀୟ ସାମଗ୍ରୀ କିଣିବା ପାଇଁ ଜୟଚନ୍ଦ୍ର ସ୍ତ୍ରୀ ରଞ୍ଜିତାଙ୍କୁ ୧୯ ଶହ ଟଙ୍କା ଦେଇଥିଲେ। କିନ୍ତୁ ରଞ୍ଜିତା ଉକ୍ତ ଟଙ୍କାକୁ ଅନ୍ୟାନ୍ୟ ସାମଗ୍ରୀ କିଣାରେ ଖର୍ଚ୍ଚ କରିଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମାନସିକ ଭାରସାମ୍ୟ ହରାଇ ରଞ୍ଜିତା ଘରେ ଥିବା କୀଟନାଶକ ଖାଇ ଦେଇଥିଲେ ବୋଲି ଅଭିଯୁକ୍ତ ଜୟଚନ୍ଦ୍ର ପୋଲିସକୁ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି…

କୋକସରା/ଜୟପାଟଣା/କଲମପୁର,୨ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ପ୍ରକାଶ ବୈଠାରୁ/ଗଣେଶ ରାମ ବାଗ୍‌): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭୁର୍ସିଗୁ୍‌ଡ଼ା ଗାଁରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର...

ଆର୍‌ଆଇ, ଅମିନ ପରୀକ୍ଷା ସେଣ୍ଟର ମାଲିକଙ୍କୁ ଉଠାଇ ନେଲା ପୋଲିସ, ଜାଣନ୍ତୁ କାହିଁକି

କଣ୍ଟାମାଳ/ମନମୁଣ୍ଡା,୨।୧୦(ଆଦିତେଶ୍ୱର ମିଶ୍ର /ବେଣୁଧର ପଧାନ): ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆୟୋଜିତ ଆର୍‌ଆଇ, ଅମିନ ପରୀକ୍ଷାରେ ବାରମ୍ବାର ଅନିୟମିତତାର ଅଭିଯୋଗ ଆସୁଛି। ବୁଧବାର...

ବିଜେଡି ଛାଡ଼ିଲେ ଡ.ଭବାନୀ ଶଙ୍କର ନିଆଲ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ବିଜେଡି ନେତା ତଥା ଅନ୍ତର୍ଜାତୀୟ କବି ଡ. ଭବାନୀ ଶଙ୍କର ନିଆଲ ବୁଧବାର ବିଜେଡି...

ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ

କୋରୁକୋଣ୍ଡା,୨ା୧୦(ଶିବଦତ୍ତ ସାହୁ): ଗଭୀର ଜଳରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା...

ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାରବାହାଲ ଜାତୀୟ ରାଜପଥ ୨୬ ନିକଟରେ ଶଟ୍‌ ସର୍କିଟ ଯୋଗୁ ହୁତୁହୁତୁ ହୋଇ...

ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ରବିବାର ରାତିରେ...

ଭିଡିଓ କନ୍‌ଫରେନ୍ସିଂରେ ଏକଲବ୍ୟ ମଡେଲ ସ୍କୁଲ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ପାଟଣା,୨ା୧୦: କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନାଖମଣର ନବନିର୍ମିତ ଏକଲବ୍ୟ ମଡେଲ ସ୍କୁଲକୁ ବୁଧବାର ଝାଡ଼ଖଣ୍ଡର ହଜାରୀବାଗରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ...

ବସ୍‌ ସହ କାଠ ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା: ୨୭ ଯାତ୍ରୀ ଆହତ, ଡ୍ରାଇଭର ସଙ୍କଟାପନ୍ନ

ଲକ୍ଷ୍ମୀପୁର,୨ା୧୦: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଛକ ରେଲଓ୍ବେ ଓଭରବ୍ରିଜ୍‌ ନିକଟ ୩୨୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri