ଗାଁ ଦାଣ୍ଡରେ ଗଡ଼ୁଥିଲା ମୃତଦେହର ଖଣ୍ଡଖଣ୍ଡ ଅଂଶ: ସିନ୍‌ରିକ୍ରିଏଶନ କଲା ପୋଲିସ

ପରଜଙ୍ଗ,୪।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁର ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ସରୋଜ ବିଶ୍ୱାଳ ଓରଫ ମକୁଙ୍କୁ ଗିରଫ କରି ପୋଲିସ ସିନ୍‌ରିକ୍ରିଏଶନ କରାଇଛି। ନୂଆବର୍ଷର ମଧ୍ୟାହ୍ନରେ ବସୋଇ ଗାଁର ରାକେଶ ସେଠିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଥମେ ଗାଁ ପଣାଖୁଣ୍ଟରେ ବଳିଦେବା ସହ ଗଣ୍ଡିରୁମୁଣ୍ଡକୁ ଅଲଗା କରିଥିଲେ ଅଭିଯୁକ୍ତ । ମୃତ ଶରୀରକୁ ଶହଶହ ଖଣ୍ଡକରି ଗାଁ ଦାଣ୍ଡରେ ଫୋପାଡ଼ି ଦେଇଥିଲେ। ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏ ନେଇ ଢେଙ୍କାନାଳ ଏସ୍‌ପି ଅଭିନବ ସୋନକରଙ୍କ ତତ୍ୱାବଧାନରେ ପରଜଙ୍ଗ ପୋଲିସର ୩ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ତେବେ ପରଜଙ୍ଗ ପୋଲିସର ନିଦ ହଜେଇ ଦେଇଥିବା ମକୁଙ୍କୁୁ ଥାନା ଅଧିକାରୀ ପ୍ରିୟବ୍ରତ ଦାସ ଶୁକ୍ରବାର ବିଳମ୍ବିତରାତରେ ଗାଁ ଜଙ୍ଗଲରୁ ଘରକୁ ଖାଇବାକୁ ଯାଉଥିବା ବେଳେ କାବୁ କରି ନେଇଥିଲେ। ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ପରଜଙ୍ଗ ଥାନା ଅଧିକାରୀ। ମକୁ ନିଜ ଦୁଇ ଭାଇର ମୃତ୍ୟୁକୁ ନେଇ ଗତ ୩ବର୍ଷ ହେବ ମାନସିକ ଚାପରେ ରହି ଆସୁଥିଲେ। ଏପରିକି ୨୦୨୧ରେ ୨୫ ବର୍ଷୀୟ ସାନଭାଇ ଚିରୋଜ ବିଶ୍ୱାଳଙ୍କୁ ବାଲେଶ୍ୱରରେ ହତ୍ୟା ଏବଂ ମଝିଆ ଭାଇ ମନୋଜ ବିଶ୍ୱାଳଙ୍କୁ ୨୦୨୩ରେ ବସୋଇ ଗାଁ କାଜୁ ଜଙ୍ଗଲରେ ହତ୍ୟା କରାଯାଇଥିବା କହିଥିଲେ। ଏ ନେଇ ଭାଇର ପ୍ରତିଶୋଧ ପାଇଁ ନିର୍ମମହତ୍ୟା କରିଥିବା ସେ କହିିଛନ୍ତି। ଯାହାକୁ ନେଇ ଜିଲା ସାଇଣ୍ଟିଫିକ ଟିମ୍‌, ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ ବସୋଇ ଗାଁ ଘଣ୍ଟିଆ ବନ୍ଧରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମବାହିନୀ ଲାଗିପଡ଼ିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ...

ଶିଶୁ ଯୌନ ନିର୍ଯାତନା ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ, ଜଣଙ୍କୁ ୩ ବର୍ଷ ଜେଲ

ଛତ୍ରପୁର,୧୬ା୩ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ...

ପୁଞ୍ଜିପତିଙ୍କୁ ସୁହାଉଛି କୃଷି ନୀତି, ଋଣଗ୍ରସ୍ତ ହୋଇ ଚାଷୀ ଆପଣାଉଛନ୍ତି…

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସାୟଂ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ...

ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ, ଅସ୍ବୀକାର କରିବାରୁ ଭାଇରାଲ କରିଦେଲେ ଫଟୋ

ରାଉରକେଲା,୧୬।୩(ସଙ୍ଗୀତା ଜେନା): ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।...

ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ...

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ବୌଦ୍ଧ ଦେଶର ଉତ୍ତପ୍ତ ସହର: ୪୩.୬ ଡିଗ୍ରୀ ସହ ତାତିରେ ସିଝିଲେ ଲୋକେ

ଭୁବନେଶ୍ୱର, ୧୬ା୩: ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image