ଶ୍ମଶାନରେ ଡ୍ୟୁଟି କରୁଛନ୍ତି ଏହି ପୋଲିସ ଅଧିକାରୀ, ବର୍ତ୍ତମାନ ସୁଦ୍ଧା ୧୧୦୦ ମୃତଦେହ କଲେଣି ସଂସ୍କାର

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଲୋକେ ଖୁବ୍‌ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରି ସ୍ଥିତିରେ ଦିଲ୍ଲୀ ପୋଲିସର ଜଣେ ଏଏସ୍‌ଆଇଙ୍କ କାମ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଆଜିର ଏହି କରୋନା ମହାମାରୀ ସମୟରେ ସମସ୍ତେ ସଂକ୍ରମଣରୁ କେମିତି ବଞ୍ଚିବେ ସେନେଇ ରାହା ଖୋଜୁଛନ୍ତି। ଏହି ଜଟିଳ ସମୟରେ ଘରୁ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ରହିଛି। ଏପରି ସ୍ଥିତିରେ ୫୭ ବର୍ଷୀୟ ଏଏସ୍‌ଆଇ ରାକେଶ କୁମାର ନିଜର କାମକୁ ନେଇ ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ରାକେଶ ନିଜାମୁଦ୍ଦିନ ଥାନାରେ କର୍ତ୍ତବ୍ୟରତ। ମାତ୍ର ୧୧ ଏପ୍ରିଲରୁ ଲୋଧି ରୋଡ୍‌ର ଶ୍ମଶାନ ଘାଟରେ ସେ ଡ୍ୟୁଟି କରି ଆସୁଛନ୍ତି। ବିନା ଭୟରେ ସେ ୧୩ ଏପ୍ରିଲରୁ କରୋନା ମୃତକଙ୍କ ପରିବାରକୁ ସାହାଯ୍ୟ କରିଆସୁଛନ୍ତି। ସେ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ସେ ପୂରା ସାବଧାନତାର ସହ କାମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୧୧୦୦ ମୃତଦେହ ସଂସ୍କାର କରିସାରିଲେଣି।

Share