ହୋଟେଲରୁ ଯୁବତୀଯୁବକଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ ଅଫିସ, ୨୫।୧୧-ଭଦ୍ରକ ସହରର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲରୁ ଶୁକ୍ରବାର ଅପରାହ୍ନରେ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀ ଓ ଯୁବକଙ୍କୁ ଟାଉନ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ଯୁବକ ଓ ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ଯୁବତୀ ହୋଟେଲରେ ଗୋଟିଏ ରୁମ୍‌ ବୁକିଂ କରି ରହିଥିଲେ। ଏନେଇ ଭାରପ୍ରାପ୍ତ ଥାନାଧିକାରୀ ଉମାଶଙ୍କର ନାୟକ କହିଛନ୍ତି, ଉଭୟ ସାବାଳକ ସାବାଳିକା। ଉଭୟଙ୍କ ଅଭିଭାବକଙ୍କୁ ଡକାଯାଇଛି। ସେମାନେ ପହଞ୍ଚିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯୁବତୀ ଜଣକ ଉକ୍ତ ଯୁବକଙ୍କ ଭଉଣୀର ସାଙ୍ଗ ବୋଲି ଜଣାପଡ଼ିଛି। ଯୁବକଙ୍କ ଜନ୍ମଦିନ ପାଇଁ କେକ୍‌ କାଟିବାକୁ ଉଭୟ ହୋଟେଲକୁ ଆସିଥିଲେ ବୋଲି ଯୁବକ ଜଣକ କହିଛନ୍ତି।

Share