ରାସ୍ତାରେ ପିସିଆର ଭ୍ୟାନ୍‌କୁ ଠେଲିଲା ପୋଲିସ

ଭୁବନେଶ୍ୱର,୧୮।୭ (ସୂର୍ଯ୍ୟକାନ୍ତ ବେହେରା):ପାଟ୍ରୋଲିଂ ବେଳେ ମଝି ରାସ୍ତାରେ ହଠାତ୍‌ ଅଚଳ ହୋଇପଡିଲା ପିସିଆର୍‌ ଭ୍ୟାନ୍‌। ଡ୍ରାଇଭର ଅନେକ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ବାଧ୍ୟ ହୋଇ ଗାଡିରେ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ଏକାଠି ହୋଇ ଗାଡିକୁ ଠେଲି ଠେଲି ନେଇଥିଲେ। ଏହି ସମୟରେ ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ଲୋଡିଥିଲେ। ରବିବାର ରାତିରେ ଜୟଦେବବିହାର ଛକ ରାସ୍ତା ଉପରେ ଏହି ଘଟଣା ଘଟିଥିବାବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କମିଶନରେଟ ପୋଲିସ ଠିକ୍‌ ଏମିତି ଚାଲୁଥିବା କେହି କମେଣ୍ଟ ଦେଇଥିବାବେଳେ ଆଉ କେତେକେ ପୋଲିସ ବିଭାଗ ପାଖରେ କେହି ମେକାନିକ୍‌ ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। ଉଇ କେୟାର, ଉଇ ଡେୟାର ସ୍ଲୋଗାନ ଦେଉଥିବା କମିଶନରେଟ ପୋଲିସ ନିଜ ଯନ୍ତ୍ରପାତି ଓ ଗାଡି ମୋଟର ଟିକେ ନିୟମିତ ଯାଞ୍ଚ କରନ୍ତୁ, ନ ହେଲେ ଦରକାର ବେଳେ ବହୁ ସମସ୍ୟା ସାମ୍ନା କରିବେ। ଏପରି କି ଦୁର୍ବୃତ୍ତମାନେ ବି ଫେରାର ହେବାରେ ସୁଯୋଗ ପାଇବେ ବୋଲି ମତ ପ୍ରକାଶ ପାଇଛି ।

Share