ଭସାଣି ବେଳେ ପଶିଆସିଲା ପୋଲିସ: ଗଣେଶଙ୍କୁ ଏକୁଟିଆ ଛାଡି ଯିଏ ଯୁଆଡେ ପାରିଲେ ଦୌଡ଼ିଲେ ପରେ…

ଭୁବନେଶ୍ୱର:୧୧।୯: ଭସାଣି ବେଳେ ପଶିଆସିଲା ପୋଲିସ: ଗଣେଶଙ୍କୁ ଏକୁଟିଆ ଛାଡି ଯିଏ ଯୁଆଡେ ପାରିଲେ ଦୌଡ଼ିଲେ । କିଟିକିଟି ଅନ୍ଧାର ରାତିରେ ରାସ୍ତା କଡ଼ରେ ଟ୍ରକ ଡାଲାରେ ଏକାକୀ ବସିଛନ୍ତି ଗଜାନନ । ହନୁମାନ ବେଶଧାରୀ ଗଣେଶଙ୍କ ପାଖରେ ନାହାନ୍ତି ଭକ୍ତ। ଭକ୍ତ ତ ଭକ୍ତ ଟ୍ରକ ଡ୍ରାଇଭର ବି ଫେରାର। ଏଳି ଘଟଣା ଘଟିଛି ଭୁବନେଶ୍ବରରେ ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁରେ। ମା’ ମଙ୍ଗଳା କ୍ଲବ ପକ୍ଷରୁ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ ମଧ୍ୟ ଦିଆସରିଥିଲା। ହେଲେ ଠିକ ସମୟକୁ କମିଶନରେଟ ପୋଲିସ ଡିଜେ ବ୍ୟାନ କରିଥିଲା।

ହେଲେ ଆମାନିଆ ପିଲା ଏହା ମାନି ନ ଥିଲେ ଡିଜେ ବଜାଇ ନାଚିଲେ ଡେଇଁଲେ। ଖବରପାଇ ପୋଲିସ ଚଢାଉ କରିଥିଲା । ପରେ କଥାକଥିତ ଭକ୍ତ ଗଣେଶଙ୍କୁ ଅନ୍ଧାର ରାତିରେ ଏକୁଟିଆ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଆସିଲା ବେଳକୁ ଟ୍ରକ ଡାଲାରେ କେବଳ ଗଣେଶଙ୍କ ପ୍ରତିମା ଥିଲା, ଆଉ ଡିଜେ।

ପୋଲିସ ଡିଜେ ଗାଡିକୁ ଥାନାରେ ଅଟକ ରଖିଲା। ସେବେଠୁ ଠାକୁରେ ଏଇଠି ଏମିତି ବସିଛନ୍ତି । କଟକଣା ସତ୍ତ୍ୱେ କାହିଁକି ଡିଜେ ବଜାଉଥିଲେ ସେନେଇ ଡିଜେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଖବର ପ୍ରସ୍ତୁତ କରିବା ବେଳକୁ ଠାକୁର ଭସାଣୀ ହୋଇଛନ୍ତି କି ନାହିଁ ସେ ନେଇ ତଥ୍ୟ ମିଳିପାରି ନାହିଁ ।

Share