ଗାଡ଼ିମୋଟର ଯାଞ୍ଚ କଡାକଡି କଲା ପୋଲିସ

ବୁଗୁଡା,୧୪ା୮(କାଳି ଚରଣ ଦାଶ): ବୁଗୁଡା ଥାନା ପୋଲିସ ପକ୍ଷରୁ ବିଭିନ୍ନ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ସୋମବାର ବୁଗୁଡା ବସ୍‌ଷ୍ଟାଣ୍ଡଠାରେ ବସ୍‌, ଅଟୋରିକ୍ସା ଓ ସ୍କୁଲବସ୍‌ ଗୁଡିକୁ ଅଟକାଇ ଯାଞ୍ଚ କରିବା ସହ ସମସ୍ତ ଗାଡି ଚାଳକଙ୍କୁ ନିଶା ଦ୍ରବ୍ୟ ସେବନ କରି ଗାଡି ନ ଚଲାଇବା ପାଇଁ ସଚେତନ ଓ ତାଗିଦ୍‌ କରିଥିଲା। ଗାଡିଚାଳକ ନିଶା ଦ୍ରବ୍ୟ ସେବନ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ପୋଲିସ ବ୍ରେଥ ଅନାଲାଇଜର ସାହାଯ୍ୟରେ ଯାଞ୍ଚ କରିଥିଲା।