ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ ଜାରୀ ରଖିଛି। ଏପରିସ୍ଥଳେ ରବିବାର ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟତର ବରିକିଆ ଗାଁରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ବାଲିଗୁଡ଼ା ଏସଡିପିଓ ରାହୁଲ ଗୋୟଲ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ଜବତ କରି ଆସିଥିବାବେଳେ ଗ୍ରାମବାସୀମାନେ ସଂଘବଦ୍ଧ ଭାବରେ ପ୍ରତିବାଦ କରି ଗଞ୍ଜେଇ ଲୋଡ ଗାଡ଼ି ଓ ପୋଲିସ ଗାଡ଼ିକୁ ଛାଡି ନ ଥିଲେ। ଭୋର ଚାରିଟାରୁ ସକାଳ ଯାଏ ଦୀର୍ଘ ଚାରିଘଣ୍ଟା ଧରି ଖଣ୍ଡଯୁଦ୍ଧ ହୋଇଥଲା। ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଘର ଘର ପଶି ଗଞ୍ଜେଇ ଜବତ କରୁଛି ଏବଂ ଗଞ୍ଜେଇ ଜବତ ବେଳେ ସୁନା ରୁପା ଟଙ୍କା ଜବରଦସ୍ତ ନେଇ ଆସିଥିବା ବିଷୟ ବରିକିଆ ଗ୍ରାମର ୱାର୍ଡ଼ ମେମ୍ବର ଝୁନୁ ମଲିକଙ୍କ ସମେତ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ବରିକିଆ ଗ୍ରାମବାସୀ ପୁରୁଷ ମହିଳା ଗଞ୍ଜେଇ ଭର୍ତ୍ତି ପୋଲିସ ଗାଡ଼ିକୁ ଛାଡି ନ ଥିଲେ।
ଶେଷରେ ବାଧ୍ୟ ହୋଇ ପୋଲିସ ଜବତ କରିଥିବା ଚାରି ଶହ କେଜିରୁ ଉଦ୍ଧର୍‌ବ ଗଞ୍ଜେଇକୁ ଘଟଣସ୍ଥଳରେ ହିଁ ପୋଡି ଦେଇଥିବା ଦେଖିବାକୁ ମିଳିଛି। ଏନେଇ ବାଲିଗୁଡ଼ା ଥାନା ପୋଲିସ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ବାଲିଗୁଡା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା କୁଆଡ଼େ ପୋଲିସକୁ କହି ଗାଁରୁ ଗଞ୍ଜେଇ ଜବତ ପାଇଁ ପଠେଇ ଥିବା କହିଛନ୍ତି ଗ୍ରାମବାସୀ। ପୋଲିସ କୁଆଡ଼େ ଗ୍ରାମବାସୀଙ୍କୁ କହିଛି, ବାଲିଗୁଡ଼ାର ଜୈନକ ନେତାଙ୍କ ଇଙ୍ଗିତରେ ଗଞ୍ଜେଇ ଚଢ଼ାଉ ହେଉଛି ବୋଲି କିନ୍ତୁ ଏକଥାକୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ

ଥୁଆମୂଳ ରାମପୁର,୨୭ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯...

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି...

୨ ଦିନ ଧରି ଥିଲେ ନିଖୋଜ: ଏବେ ପୋଖରୀରୁ ମିଳିଲା…

ପାରଳାଖେମୁଣ୍ଡି,୨୭।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ସୀତାସାଗର ଗ୍ରାମ ଏକ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କୁ ଅପହରଣ ପରେ ହତ୍ୟା...

ଲାଞ୍ଜିଗଡ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି: ସହଯୋଗ କାମନା କଲେ ବିଡିଓ

ଲାଞ୍ଜିଗଡ,୨୭।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ପଞ୍ଚାୟତ  ସମିତି ସଭାଗୃହଠାରେ ଲାଞ୍ଜିଗଡ ବଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫...

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri