ନୂଆପଡ଼ା,୨୦।୭: ଏସ୍ଆଇଙ୍କ ସହ ପୋଲିସ ଟିମ୍କୁ ପିଟିଲେ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲା କୋମନା ଥାନା ଅଧୀନ ବରକୋଟ ଗାଁରେ। ଗାଁର ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଟିମ୍ ଯାଇଥିବା ବେଳେ ଗାଁ ଲୋକେ ଏସ୍ଆଇଙ୍କ ସହ ପୋଲିସ ଟିମ୍ଙ୍କୁ ନିର୍ଘାତ ପିଟି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଅନ୍ୟପକ୍ଷେ ପୋଲିସ କାହାରିକୁ ଗିରଫ କରି ନ ଥିବା ବେଳେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।