ଟ୍ରମ୍ପଙ୍କ ବିରୋଧରେ ମାମଲା ରୁଜୁ କରିବ ପୋଲିସ

ଓ୍ବାଶିଂଟନ,୩ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆମେରିକାର ସଂସଦ (କ୍ୟାପିଟାଲ ହିଲ୍‌) ଦଙ୍ଗା ମାମଲାରେ ଅସୁବିଧା ବଢ଼ିପାରେ। ଆମେରିକା ସଂସଦରେ ଟ୍ରମ୍ପଙ୍କ ସମର୍ଥକଙ୍କ ଆକ୍ରମଣରେ ପୋଲିସ ଏବଂ ଅନ୍ୟମାନେ ଆହତ ହୋଇଥିବା ପୋଲିସ ବିଭାଗ କୋର୍ଟକୁ କହିଛି, ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ଦାୟର କରିପାରିବ।

ଓ୍ବାଶିଂଟନରେ ଫେଡେରାଲ କୋର୍ଟରେ ସରକାରୀ ଆଇନଗତ ମତାମତ ଉପସ୍ଥାପନ କରି ବିଭାଗ ସ୍ପଷ୍ଟ କରିଛି ଯେ, ରାଷ୍ଟ୍ରପତିଙ୍କ ଅଫିସରେ ତାଙ୍କର କାର୍ଯ୍ୟକଳାପ ପାଇଁ ପ୍ରତିରକ୍ଷା କ୍ଷମତା ରହିଛି, କିନ୍ତୁ ତାଙ୍କ ସରକାରୀ କାର୍ଯ୍ୟ ବାହାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୋଷୀ ସାବ୍ୟସ୍ତ ହୋଇପାରିବେ। ତେବେ ଟ୍ରମ୍ପ ମଧ୍ୟ କୋର୍ଟରେ ନିଜର ଯୁକ୍ତି ଦେଇଛନ୍ତି।

Share