ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ

ଭଦ୍ରକ,୫ା୪(ସନାତନ ରାଉତ):ଭଦ୍ରକର ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେବା ପରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ଭଦ୍ରକବାସୀ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ସେ ଆଗକୁ ବଢ଼ିବେ ବୋଲି ଅସିତ କହିଛନ୍ତି। ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ନରିପୁରସ୍ଥିତ ବାସଭବନରେ ଗୁରୁବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀରେ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି, ବିଜେଡିରେ ତାଙ୍କ ପ୍ରତି ଅବିଚାର କରାଯାଇଛି। ଦଳୀୟ ନିଷ୍ପତ୍ତି ଭଦ୍ରକ ପାଇଁ କ୍ଷତିକାରକ। ଗତ ୫ ବର୍ଷରେ ଭଦ୍ରକରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ। ବିଧାୟକ ଏବଂ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ବାଦ ବିବାଦ ସବୁବେଳେ ଲାଗି ରହିଥିବାରୁ ଭଦ୍ରକ ବିକାଶରେ ବାଧା ସୃଷ୍ଟି ହେଉଥିଲା। ଭଦ୍ରକ ଓ ଭଣ୍ଡାରିପୋଖରୀର ବିଧାୟକଙ୍କୁ ବଦଳ କରି ପ୍ରାର୍ଥୀ ଘୋଷଣା କରାଯିବା ଭଦ୍ରକ ପ୍ରତି ଅବହେଳା ହୋଇଛି। ତାଙ୍କର କର୍ମୀ ଓ ସମର୍ଥକମାନଙ୍କ ସହ ଆଲୋଚନା ପରେ ସେମାନଙ୍କ ମତାମତ ନେଇ ଆଗାମୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ପରେ ଭଦ୍ରକ ପୌରପାଳିକା ଓ ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ, ସମର୍ଥକଙ୍କୁ ନେଇ ସେ ଏକ ବୈଠକ କରି ଏନେଇ ଆଲୋଚନା କରିଛନ୍ତି। ତେବେ ଗତ ପୌରପାଳିକା ନିର୍ବାଚନରେ ବିଜୟୀ ହୋଇଥିବା ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଓ ତାଙ୍କ ପ୍ରତିନିଧି ଯୁବନେତା ଜାହିଦ ହବିବଙ୍କୁ ବୈଠକରେ ଦେଖିବାକୁ ମିଳି ନ ଥିଲା। ଜାହିଦ ହବିବ ଓ ଅସିତ୍‌ ଭଦ୍ରକ ବିଧାୟକଙ୍କ ବିରୋଧରେ ଗତ ୨ ବର୍ଷ ଧରି ମିଳିତ ରଣନୀତି ପ୍ରସ୍ତୁତ କରି ଆସୁଥିବା ବେଳେ ଏହି ବୈଠକରେ ଜାହିଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକାଶଥାଉ କି, ଅସିତ ବୁଧବାର ରାତିରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଦଳରେ ତାଙ୍କୁ କ୍ରମାଗତ ଭାବେ ଅବହେଳା କରାଯାଉଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତୁଷାରପାତ...

ଅଭିଯୋଗ ପରେ ପ୍ରଶାସନ ତତ୍ପର: ମନଇଚ୍ଛା ଚାଲିବନି ଟିକେଟ୍‌ ଅସୁଲ

ମଥୁରାନଗରୀ,୯।୧(ପ୍ରେମାନନ୍ଦ ଖମାରୀ):ବରଗଡରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ମୀନାବଜାର ଲାଗିଛି। ପଡ଼ିଆର ନିର୍ଦ୍ଧାରିତ ଅଂଶକୁ...

କରଜ ଚିନ୍ତାରେ ଜୀବନ ହାରିଲେ ଯୁବଚାଷୀ

ରଘୁନାଥପୁର,୯ା୧(ରାଜେନ୍ଦ୍ର ନାରାୟଣ ସିଂହ):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ବୁଧବାର ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଧାନ ଫସଲ ଉଜୁଡ଼ି ଯିବା ପରେ କରଜ ଶୁଝିବା...

ଗର୍ବିତ ନୁହେଁ, କୃତଜ୍ଞ ହେବା: ତଥାଗତ

ବଲାଙ୍ଗୀର, ୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ଅନେକ ସମୟରେ ଆମେ ବଲାଙ୍ଗିରିଆ, ଢେଙ୍କାନାଳିଆ କି ଭାରତୀୟ ବୋଲି ଗର୍ବ କରିଥାଉଁ। ମାତ୍ର ଗର୍ବିତ ହେବା ବଦଳରେ ଆମେ ଯଦି...

ମଥୁରାନଗରୀରେ ହତ୍ୟାକାଣ୍ଡ:ଶାଳକଙ୍କ ଛୁରାମାଡରେ ଗଲା ଭିଣୋଇଙ୍କ ଜୀବନ

ମଥୁରାନଗରୀ,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର (ମଥୁରାନଗରୀ)ରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ମଙ୍ଗଳା ଝୁମ୍ପୁଡିରେ ଏହି ହତ୍ୟାକାଣ୍ଡ ଘଟିଛି। ଶାଳକଙ୍କ ଛୁରାମାଡରେ ଭିଣୋଇଙ୍କ...

୨୦ରୁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା

ପୁରୀ, ୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଯେପରି ସମସ୍ୟା ନ ହେବ ସେଥିଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି...

ରାଇକିଆ ବ୍ଲକ୍ ଦାୟିତ୍ୱ ନେଲେ ଜି. ଉଦୟଗିରି ବିଡ଼ିଓ

ରାଇକିଆ,,୮ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ର ନୂତନ ବିଡ଼ିଓ ଭାବେ ଦାୟିତ୍ଵ ନେଇଛନ୍ତି ମନୋଜ କୁମାର ଦେବତା। ସେ ଜି. ଉଦୟଗିରି ବିଡିଓ...

ଭାଜପା-ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଜାମକୁ ନେଇ ବୁଧବାର ସନ୍ଧ୍ୟାରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image