ମହାନଗରରେ ବଦଳୁଛି ରାଜନୈତିକ ଚିତ୍ର

ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲାର ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ଚଳିତ ପୌର ନିର୍ବାଚନରେ ଖାତା ଖୋଲିଛି ଭାଜପା। ୨୦୧୩ ନିର୍ବାଚନରେ ଜଣେ ବି କର୍ପୋରେଟର ଜିତିନଥିବା ବେଳେ ଏଥର ୭ ଜଣ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ରେଶମ ନଗରୀରେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଦାରୁଣ ବିପର୍ଯ୍ୟୟ ଘଟିଛି। ଗତ ନିର୍ବାଚନରେ ହାତ ଚିହ୍ନରୁ ୧୫ ଜଣ ଜିତିଥିବା ବେଳେ ଏଥର ମାତ୍ର ଜଣେ ନିର୍ବାଚିତ ହୋଇ ବଂଶରକ୍ଷା କରିଛନ୍ତି। ୨୦୧୩ ନିର୍ବାଚନରେ ବିଏମ୍‌ସିକୁ ମାତ୍ର ଜଣେ ସ୍ବାଧୀନ କର୍ପୋରେଟର ଜିତିଥିବା ବେଳେ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେହିପରି ଶାସକ ବିଜେଡି କର୍ପୋରେଟରଙ୍କ ସଂଖ୍ୟା ଗତଥର ଅପେକ୍ଷା ବଢ଼ିଛି। ଗତ ନିର୍ବାଚନରେ ୨୪ ଥିବା ବେଳେ ଚଳିତ ନିର୍ବାଚନରେ ୩୦ ଜିତିଛନ୍ତି। ୨୦୧୩ ନିର୍ବାଚନରେ ୱାର୍ଡ ସଂଖ୍ୟା ୪୦ ଥିଲା। ପୁନର୍ଗଠନ ପ୍ରକ୍ରିୟାରେ ୪୨କୁ ବଢ଼ିଥିଲା।
କଂଗ୍ରେସରୁ ମାତ୍ର ଜଣେ କର୍ପୋରେଟର ଜିତିବା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ନେତୃତ୍ୱ ସଙ୍କଟ ଓ ଗୋଷ୍ଠୀ କନ୍ଦଳ ଏହାର କାରଣ ହୋଇଛି। ୪୨ ୱାର୍ଡ ମଧ୍ୟରୁ ୧୭ଟିରେ ପ୍ରାର୍ଥୀ ମିଳିନଥିଲେ ଏବଂ ଯେଉଁ ୨୫ ଜଣଙ୍କୁ ପ୍ରାର୍ଥୀ କରାଯାଇଥିଲା, ସେମାନେ ଠିକଣା ଭାବରେ ଲଢ଼ିନଥିବା ବିଭିନ୍ନ ମହଲରେ ଆଲୋଚନା ପରିସରକୁ ଆସିଛି। ଅନ୍ୟପକ୍ଷରେ ଗତ ନିର୍ବାଚନ ବେଳେ ଯେଉଁ ନେତାମାନେ କଂଗ୍ରେସରେ ଥିଲେ, ସେମାନଙ୍କ ମଧ୍ୟରୁ ବଡ଼ ଚେହେରାମାନେ ବିଜେଡିକୁ ଚାଲିଗଲେ। ଆଉ ଯେତେକ ଅଛନ୍ତି, ସେମାନେ ଦୂରେଇ ରହିଛନ୍ତି। ସେମାନଙ୍କୁ ଜିଲା ନେତୃତ୍ୱ ଡାକୁନାହାନ୍ତି, ସେମାନେ ମଧ୍ୟ ଆସୁନାହାନ୍ତି। ପୌର ନିର୍ବାଚନରେ ଦେଖାଦେଇଥିବା ଦୁର୍ଦ୍ଦଶା ନେଇ ପ୍ରତିକ୍ରିୟାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲା ସଭାପତି ପୀତବାସ ପଣ୍ଡା କହିଛନ୍ତି, ସମନ୍ବୟ ରକ୍ଷା କରାଯାଇନଥିବାରୁ ଲଜ୍ଜାଜନକ ସ୍ଥିତି ଉପୁଜିଛି। ଅପରପକ୍ଷରେ ଭାଜପା ମହାନଗରରେ ସାଙ୍ଗଠନିକ ଶକ୍ତି ବୃଦ୍ଧି କରୁଥିବା ପୌର ନିର୍ବାଚନରୁ ସ୍ପଷ୍ଟ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ବିଧାୟକ ପ୍ରାର୍ଥୀଙ୍କ ସୁଯୋଗରେ ଭାଜପା ପ୍ରାର୍ଥୀ ୩୨ ହଜାରରୁ ଅଧିକ ଭୋଟ ପାଇଥିଲେ। ସେବେଠାରୁ ଭାଜପା ମହାନଗର ରାଜନୀତିରେ ଦ୍ୱିତୀୟ ସ୍ଥାନକୁ ଉଠିଛି। ଚଳିତ ପୌର ନିର୍ବାଚନରେ ଶକ୍ତି ପ୍ରଦର୍ଶନ କରିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାଜପା ରଣନୀତି ଏବେଠୁ ପ୍ରସ୍ତୁତ କରୁଛି। ତେଣୁ ଆଗାମୀ ଦିନରେ ଜିଲାର ବଡ଼ ସହର ବ୍ରହ୍ମପୁରରେ କଂଗ୍ରେସକୁ ମାତ୍‌ ଦେଇ ଶଙ୍ଖକୁ କଡ଼ା ଟକ୍କର ପଦ୍ମ ହିଁ ଦେବାର ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଯୋଗାଣ ମନ୍ତ୍ରୀଙ୍କ ଗଞ୍ଜାମ ବ୍ଲକ ଗ୍ରସ୍ତ, ଛାନିଆ ହେଲେ ଅଧିକାରୀ

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ହଠାତ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗ୍ରସ୍ତ କରି ମଣ୍ଡି ପରିଦର୍ଶନ କରିଛନ୍ତି l ମନ୍ତ୍ରୀଙ୍କ ଅଚାନକ ଗ୍ରସ୍ତକୁ...

ଗଞ୍ଜାମ ସମୁଦ୍ର ତଟରେ ଲାଗିଲା ବିରାଟକାୟ ଲୌହ ପିଣ୍ଡ, ଦେଖିବାକୁ ଲୋକଙ୍କ ଭିଡ଼

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ଵର-ପୋଡମପେଟା ସମୁଦ୍ର କୂଳରେ ଏକ ଲୌହ ପିଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା l ଏହାକୁନେଇ ଭିନ୍ନ ମତ ପ୍ରକାଶ...

ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ

ଛତ୍ରପୁର,୨୪।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ...

ଛତ୍ରପୁର ଥାନାର ନୂତନ ଅଧିକାରୀ ହେଲେ ଦେବାଶିଷ ମହାନ୍ତି

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନାର ନୂତନ ଅଧିକାରୀ ଭାବେ ଦେବାଶିଷ ମହାନ୍ତି ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀ ଜିଲା ଡେଲାଙ୍ଗ ଥାନାରୁ...

ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୨୪ା୨(ସୁବାସ ଚନ୍ଦ୍ର ପାଢ଼ୀ): ବନ୍ଧା ରଖିଥିବା ମୋବାଇଲ ଫୋନ୍‌ ନ ଫେରାଇବାରୁ ଛୁରି ଭୁସି ସାଙ୍ଗଙ୍କୁ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବ୍ର୍ରହ୍ମପୁର...

ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା: ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଲେ ଚାଷୀ

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ): ବିହାରର ଭାଗଲପୁର ଠାରେ ପିଏମ କିଷାନ ସମ୍ମାନ ନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ ସମ୍ମାନ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ...

ଏନଏସି ଅଧ୍ୟକ୍ଷାଙ୍କ ଉପରେ ଅନାସ୍ଥା ପ୍ରସ୍ତାବ: ଜିଲାପାଳଙ୍କୁ ଭେଟିଲେ ୧୫ କାଉନସିଲର

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଅନ୍ତର୍ଗତ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ...

ଭାଜପାକୁ ଶକ୍ତ ଧକ୍କା: ବିଜେଡିର ମମତା ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

ଭଞ୍ଜନଗର,୨୪।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ସୋମବାର ଘୋଷଣା ହୋଇଛି। ଏଥିରେ ବିଜେଡିର ବଡବୋରସିଙ୍ଗି ସମିତିସଭ୍ୟା ମମତା ଭୋଳ ନିର୍ବାଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image