ପାଇକ ସ୍ମାରକୀକୁ ନେଇ ଶ୍ରେୟ ରାଜନୀତି

ଖୋର୍ଦ୍ଧା ଅଫିସ,୧୦ା୭: ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା। ଏ ଜାତିର ଗର୍ବ ଓ ଗୌରବ। ଏହି ବିଦ୍ରୋହକୁ ପ୍ରଥମ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ପାଇଁ ଦାବି ହୋଇଆସୁଛି। ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ ପାଇଁ ପାଇକ ବୀରଙ୍କ ବୀରତ୍ୱର ଗାଥା ବହନ କରୁଛି ପାଇକ ବିଦ୍ରୋହ। ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଥିଲା। ପରେ ୨୦୧୯ ଡିସେମ୍ବର ୮ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ତେବେ ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ସ୍ମାରକୀ ନିର୍ମାଣ କାମ ଆଗେଇନାହିଁ। କେବଳ ଭୂମି ପୂଜନ ଓ ନିଅଁ ଖନନରେ କାମ ଅଟକିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଶ୍ରେୟ ପାଇଁ ବିଜେଡି ଓ ଭାଜପା ମଧ୍ୟରେ ଛକାପଞ୍ଝା ଚାଲିଛି। କିଛି ପାଇକ ସଙ୍ଗଠନ, ସାମାଜିକ ଅନୁଷ୍ଠାନ, ଗବେଷକ, ବୁଦ୍ଧିଜୀବୀ ମଧ୍ୟ ଶ୍ରେୟ ନେବାକୁ ଲାଗିପଡ଼ିଛନ୍ତି।
କେନ୍ଦ୍ରର ସମସ୍ତ ସହଯୋଗ ସତ୍ତ୍ୱେ ରାଜ୍ୟ ସରକାର ଜାଣିଶୁଣି ସ୍ମାରକୀ ନିର୍ମାଣରେ ବିଳମ୍ବ କରୁଥିବା କହି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ବିଳମ୍ବ ପ୍ରସଙ୍ଗକୁ ଏଡ଼ାଇଯାଇ ଶାସକ ଦଳ ବିଜେଡି ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଉଠାଇ ଗୋଳିଆ ପାଣିରୁ ଫାଇଦା ନେବାକୁ ଚେଷ୍ଟା କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଶ୍ରେୟ ରାଜନୀତି ଯୋଗୁ ସ୍ମାରକୀ ନିର୍ମାଣରେ ଅହେତୁକ ବିଳମ୍ବ ଘଟୁଛି ବୋଲି କଂଗ୍ରେସ କହିଛି। କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଗତ ଶୁକ୍ରବାର ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ। ନିର୍ମାଣ କାର୍ଯ୍ୟରେ ବିଳମ୍ବ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ଥିବାବେଳେ ରାଜ୍ୟ ସରକାର ଏ ଦିଗରେ ଆଗେଇ ଆସିବା ଦରକାର ବୋଲି ସେ ଗଣମାଧ୍ୟମକୁ କହିଥିଲେ। କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ସତ୍ତ୍ୱେ ରାଜ୍ୟ ସରକାର ଜାଗା ନ ଦେଲେ ସ୍ମାରକୀ ନିର୍ମାଣ କାର୍ଯ୍ୟ କିପରି ଆରମ୍ଭ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧାରାବାହିକ ଭାବେ ଚିଠି ଲେଖିବାଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ସଚିବ ସ୍ତରରେ ଆଲୋଚନା କରାଯାଇଛି। ତଥାପି ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି। ପ୍ରସ୍ତାବିତ ସ୍ଥଳରୁ ଗଛ ଓ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ଅନେକ ବୈଠକ ବସିଛି। ରାଜ୍ୟର ସମସ୍ତ ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିସାରିଛନ୍ତି। ତଥାପି ବିଳମ୍ବ କାହିଁକି ହେଉଛି ବୋଲି ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି ବ୍ରହ୍ମଗିରି ଭାଜପା ବିଧାୟକ ଲଳିିତେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏ ନେଇ ସରକାରଙ୍କ ଆନ୍ତରିକତା ଅଭାବ ରହିଛି। ଜାତୀୟ ସ୍ତରରେ ପାଇକ ବିଦ୍ରୋହକୁ ସ୍ବୀକୃତି ମିଳିସାରିଛି। କେନ୍ଦ୍ରର ସମସ୍ତ ସହଯୋଗ ସତ୍ତ୍ୱେ ଜାଣିଣୁଣି ନିର୍ମାଣରେ ବିଳମ୍ବ କରାଯାଉଛି। କେନ୍ଦ୍ର ବିରୋଧରେ ଏକପ୍ରକାର ଷଡ଼ଯନ୍ତ୍ର ଚାଲିଛି।
ଉପର ଲିଖିତ ପ୍ରଶ୍ନର ଜବାବ ରଖିଛି ବିଜେଡି। ଶନିବାର ଭୁବନେଶ୍ୱର ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ଏବଂ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଥିଲେ, ୧୮୧୭ର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ। ୧୮୫୭ ସିପାହି ବିଦ୍ରୋହର ୪୦ବର୍ଷ ପୂର୍ବରୁ ଘଟିଥିଲା ପାଇକ ବିଦ୍ରୋହ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୭ ଜୁଲାଇ ୧୮ରେ ଓଡ଼ିଶା କ୍ୟାବିନେଟରେ ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏହି ସଂକଳ୍ପ ପାରିତ କରାଯାଇଥିଲା। ସେହି ବର୍ଷ ଜୁଲାଇ ୧୯ରେ ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ୨୦୧୭ ଜୁଲାଇ ୨୦ରେ ନୂଆଦିଲ୍ଲୀଠାରେ ପାଇକ ବିଦ୍ରୋହ ଶତାବ୍ଦୀ ସମାରୋହ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ ହୋଇଥିଲା। ୨୦୨୧ ଡିସେମ୍ବର ୬ରେ ବିଜେଡି ଏମ୍‌ପିଙ୍କ ଏକ ପ୍ରତିନିଧି ଦଳ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ। ତେବେ ଭାଜପାର ୮ ଏମ୍‌ପି, ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ନୀରବ ରହିଛନ୍ତି ବୋଲି ସେମାନେ ଗଣମାଧ୍ୟମକୁ କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପିସିସି ସଭ୍ୟ ଶିଶିର ପରିଡ଼ା କହିଛନ୍ତି, ଏ ନେଇ ଉଭୟ ଭାଜପା ଏବଂ ବିଜେଡିର ଆନ୍ତରିକତା ଓ ସମନ୍ବୟର ଅଭାବ ରହିଛି। ଶ୍ରେୟ ରାଜନୀତି ପାଇଁ ସ୍ମାରକୀ ନିର୍ମାଣରେ ବିଳମ୍ବ ଘଟୁଛି। ଶିଳାନ୍ୟାସକୁ ୩ବର୍ଷ ବିତିଲାଣି ହେଲେ ଇଟା ଖଣ୍ଡେ ପଡ଼ିିପାରିଲାନି। ନିଜ ପତିଆରା ଜାହିର ପାଇଁ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି। ଆଗାମୀ ଦିନରେ ଜନତା ଏହାର ଉଚିତ ଜବାବ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri