Posted inରାଜ୍ୟ

ଗ୍ୟାସ୍‌ ଦର ୨୦୦ ଟଙ୍କା ହ୍ରାସକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ୩୧।୮(ସୁନିତ୍‌ ମିଶ୍ର): ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯେଡ଼ାଯିବା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି। ଏହା ଫଳରେ ଓଡ଼ିଶାର ଆନୁମାନିକ ପ୍ରାୟ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା ପରିବାରରେ ଖୁସି ଆସିବ ଏବଂ ନାଗରିକଙ୍କ ଜୀବନ ଆହୁରି ସହଜ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତେବେ ଗ୍ୟାସ୍‌ ଦର ୨୦୦ ଟଙ୍କା ହ୍ରାସ ହେବା ନେଇ ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗ୍ୟାସ୍‌ ଦର ଆହୁରି ହ୍ରାସ ପାଇବା ଦରକାର ବୋଲି ବିଜେଡି କହିଥିବା ବେଳେ ନିର୍ବାଚନ ଆସିବାରୁ ଏହା ରାଜନୀତି ବୋଲି କଂଗ୍ରେସ କହିଛି।

ତେବେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ମହିଳାମାନଙ୍କ ସୁରକ୍ଷା ଏବଂ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ। ମଙ୍ଗଳବାର ଓଡ଼ିଶାର ମାତୃଶକ୍ତିର କଲ୍ୟାଣ ପାଇଁ ରାଖୀ ଅବସରରେ ପ୍ରଧାନମନ୍ତ୍ରୀ ବଡ଼ ଉପହାର ସ୍ବରୂପ ରୋଷେଇ ଗ୍ୟାସ୍‌ର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ଏହି ନିଷ୍ପତ୍ତି ଯୋଗୁ ଓଡ଼ିଶାର ୯୬ ଲକ୍ଷ ହିତାଧିକାରୀ ରୋଷେଇ ଗ୍ୟାସ୍‌ର ନିର୍ଦ୍ଧାରିତ ମୂଲ୍ୟଠାରୁ ୨୦୦ ଟଙ୍କା କମ୍‌ ମୂଲ୍ୟରେ ଗ୍ୟାସ୍‌ ପାଇବେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ନିର୍ଦ୍ଧାରିତ ମୂଲ୍ୟରୁ ୪୦୦ ଟଙ୍କା କମ୍‌ ମୂଲ୍ୟରେ ଗ୍ୟାସ୍‌ ପାଇ ଉପକୃତ ହେବେ। ୨୦୧୪ରେ ଓଡ଼ିଶାରେ ୧ କୋଟି ଘର ମଧ୍ୟରୁ ୨୦ ଲକ୍ଷଙ୍କ ଘରେ ଗ୍ୟାସ୍‌ ସଂଯୋଗ ଥିଲା। ମୋଦି ସରକାରରେ ଏହି ସଂଖ୍ୟା ବଢି ୯୬ ଲକ୍ଷରେ ପହଞ୍ଚିଛି। ଦେଶ ଏବଂ ରାଜ୍ୟର ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଦେଶରେ ସବୁ ଜିନିଷର ଦରଦାମ୍‌ ବୃଦ୍ଧି ହୋଇଛି। ତା’ ଭିତରେ ଗ୍ୟାସ୍‌ ଦର ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା, ଯାହା ସାଧାରଣ ଲୋକଙ୍କୁ ବାଧୁଥିଲା। ଏବେ ସେଥିରୁ ୨୦୦ ଟଙ୍କା ହ୍ରାସ କରିଛନ୍ତି, ହେଲେ ଆହୁରି କମିବାର ଥିଲା। ସେମାନେ ମାଗଣା ଗ୍ୟାସ୍‌ ବୋଲି କହୁଥିଲେ। ଯଦି ବି ମାଗଣା ନ କଲେ ଗ୍ୟାସ୍‌ ଦର ଆହୁରି କମିବାର ଆବଶ୍ୟକତା ଥିଲା। ମହିଳାମାନେ ଦୀର୍ଘବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପଛରେ ଅଛନ୍ତି। ମହିଳାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯାହା କେହି କରୁଥିଲେ ସେ କ୍ଷେତ୍ରରେ ଆଗୁଆ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି ବୋଲି ଦେବୀ କହିଛନ୍ତି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ନିର୍ବାଚନକୁ ଆଖି ଆଗରେ ରଖି ଗ୍ୟାସ୍‌ ଦର କମାଇଲେ ମଧ୍ୟ ଲୋକମାନେ ଆଉ ବିଶ୍ୱାସକୁ ନେବେ ନାହିଁ। ଦେଶର ମା, ଭଉଣୀଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଲୁଟିି ଖାଇଲା ପରେ ଏବେ ୨୦୦ ଟଙ୍କା କମାଇଲେ କ’ଣ ହେବ। ଏମାନେ ଗ୍ୟାସ୍‌ ୪୫୦ ଟଙ୍କାରେ ଦେବେ କି ବୋଲି ତାରା ପ୍ରଶ୍ନ କରିବା ସହ ମହିଳା ଭୋଟ ବିଜେଡି କି ଭାଜପା କାହା ସହିତ ରହିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri