୫-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର,୨୬ା୬(ସୁନିତ୍‌ ମିଶ୍ର): ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ବେଳେ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅପରାଜିତା ଟୁଇଟ୍‌ କରି ଡିଜିପିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କରାଯାଉଛି, ତେବେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ପାଇଁ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯିବ କୁହନ୍ତୁ। ଯଦି ଜଣେ ବ୍ୟକ୍ତି ବିକାଶମୂଳକ କାର୍ଯ୍ୟର ତଦାରଖ ପାଇଁ ଯାଉଛନ୍ତି ତେବେ ତାଙ୍କୁ କାହିଁକି ଏତେ ଭୟ ଏବଂ ଅସୁରକ୍ଷିତ ମନେ ହେଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଏହାସହ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ରହୁଥିବା ପୋଲିସ କର୍ମଚାରୀମାନଙ୍କ ଡ୍ରେସ୍‌ କୋର୍ଡକୁ ନେଇ ମଧ୍ୟ ଅପରାଜିତା ବର୍ଷିଛନ୍ତି।
ଏକ ଭିଏଚ୍‌ଏଫ୍‌ ଦ୍ୱାରା ବରଗଡ଼ ଜିଲାର ସଦର ଟାଉନ, ପଦମ୍‌ପୁର, ଅମ୍ବାଭୋନା, ଅତାବିରା ଏବଂ ଭଟ୍‌ଲି ପୋଲିସ ଷ୍ଟେଶନର ଆଇଆଇସିମାନଙ୍କୁ ଏକ ମେସେଜ୍‌ ଜାରି କରାଯାଇଛି। ୫-ଟି ସଚିବ ରବିବାର ସକାଳ ୭ଟାରେ ବରଗଡ଼ ଯାଉଥିବା ସେଥିରେ ଉଲ୍ଲେଖ କରାଯାଇଛି। ଏଥିରେ ଉପସ୍ଥିତ ରହିବା ପାଇଁ ଯେଉଁ ୨୫ ଜଣ ପୋଲିସ କର୍ମଚାରୀଙ୍କ ନାଁ ଦିଆଯାଇଛି ସେମାନଙ୍କୁ ସମୟ ପୂର୍ବରୁ ସେଠାରେ ପହଞ୍ଚିବା ଲାଗି ନିର୍ଦ୍ଦେଶ ଦେବାକୁ ଏହି ୫ ଥାନାର ଆଇଆଇସିମାନଙ୍କୁ କୁହାଯାଇଛି। ଏହାସହ ସେମାନେ ବ୍ଲୁ କିମ୍ବା ବ୍ଲାକ୍‌ ପ୍ୟାଣ୍ଟ ସାଙ୍ଗକୁ ଧଳା ରଙ୍ଗର ଶାର୍ଟ ପିନ୍ଧିବା ପାଇଁ କୁହାଯାଇଛି। ଏହି ଭିଏଚ୍‌ଏଫ୍‌ ମେସେଜ୍‌କୁ ନେଇ ବିରୋଧୀମାନେ ପୁଣି ସରକାରଙ୍କ ଶାସନ ବ୍ୟବସ୍ଥା ଆଡକୁ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବାବେଳେ ପୁରପଲ୍ଲୀରେ ରହୁଥିବା ଅସହାୟ ଶିକ୍ଷୟିତ୍ରୀମାନଙ୍କୁ ଗୋଲାପୀ ଶାଢ଼ି ପିନ୍ଧିବାକୁ ବାଧ୍ୟ କରିଥିଲେ।
ସେହିପରି ପାଣ୍ଡିଆନଙ୍କ ଗସ୍ତକୁ ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆର୍‌ଟିଓ ବରଗଡ଼ଙ୍କୁ ଗତ ୨୩ ତାରିଖରେ ଏକ ଚିଠି ଜାରି କରାଯାଇଛି। ରବିବାରରୁ ମଙ୍ଗଳବାର ବରଗଡ଼ରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ନେଇ ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଆର୍‌ଟିଓଙ୍କୁ ୫-ଟି ସଚିବଙ୍କ କାର୍ଯ୍ୟକ୍ରମସ୍ଥଳୀରେ ୮ଟି ଗାଡ଼ି ପହଞ୍ଚାଇବାକୁ କୁହାଯାଇଛି। ତେବେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ୫-ଟି ସଚିବଙ୍କ ବିଭିନ୍ନ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ସେ ଗସ୍ତ କରୁଛନ୍ତି ନା ନାହିଁ ଏନେଇ ତାଙ୍କୁ ପ୍ରଶ୍ନ କରାଯାଇଛି। ଆର୍‌ଟିଆଇ ତଥ୍ୟରେ ସିଏମ୍‌ଓ ଏଭଳି କିଛି ନିର୍ଦ୍ଦେଶ ଦିଆଯାଇ ନ ଥିବା କୁହାଯାଉଛି। ଯଦି ଏହା ସତ୍ୟ, ତେବେ ଏହା ଏକ ଜଘନ୍ୟ କଥା। କାରଣ ସରକାରଙ୍କ ଜଣେ ସଚିବ ସ୍ତରୀୟ ବ୍ୟକ୍ତି ହେଲିକପ୍ଟରରେ ଯାଉଛନ୍ତି, ତାଙ୍କ ପାଇଁ ପୋଲିସ ବନ୍ଦୋବସ୍ତ ହେଉଛି ଏବଂ ମାଳମାଳ ଗାଡ଼ିର ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଯଦି ଏହା ହେଉଛି, ତେବେ ଏହା ତାଙ୍କ କଣ୍ଡକ୍ଟ ରୁଲ୍‌ର ସମ୍ପୂର୍ଣ୍ଣ ଉଲ୍ଲଂଘନ ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri