ଧରାପଡ଼ିଲା ଖୁଣ୍ଟ ଚୋରି ଗ୍ୟାଙ୍ଗ୍‌

ରାସୋଳ, ୬।୪(ଡି.ଏନ୍‌.ଏ.) – ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀ ଦିନବେଳା ଯେଉଁ ସବୁ ଖୁଣ୍ଟ ପୋତୁଥିଲା, ସେସବୁକୁ ରାତିରେ ଯୋଜନାବଦ୍ଧ ଭାବେ ଗ୍ୟାସ୍‌ କଟରରେ ଖଣ୍ଡ ଖଣ୍ଡ କରି କାଟି ନେଉଥିଲେ ଅଭିଯୁକ୍ତ। କେବଳ ଖୁଣ୍ଟ ଉପରେ ନଜର ଥିଲା ତାହା ନୁହେଁ, ବିଦ୍ୟୁତ୍‌ କେବୁଲ, ଷ୍ଟେ-ଓ୍ବାୟର ମଧ୍ୟ ସେମାନଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡୁ ନ ଥିଲା। ଢେଙ୍କାନାଳ ଜିଲା ରାସୋଳ ପୋଲିସ ହାତରେ ପଡ଼ିଛନ୍ତି ଏଭଳି ଏକ ଚୋରି ଗ୍ୟାଙ୍ଗ୍‌ର ୬ଜଣ ସଦସ୍ୟ। ଗିରଫ ଅଭିଯୁକ୍ତ ହେଲେ ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅଞ୍ଚଳର ପ୍ରତାପ ନାୟକ, ଅମି ନାୟକ, ଶ୍ରୀକାନ୍ତ ନାୟକ, ଟିକେଶ୍ୱର ନାୟକ, ସୁମନ୍ତ ନାୟକ ଏବଂ ଦିଲୀପ ନାୟକ। ସେମାନଙ୍କ ନିକଟରୁ ଏକ କାର୍‌ (ନଂ. ଓଆର୍‌ ୦୧ଏଲ୍‌ ୪୫୪୫), କଟାଯାଇଥିବା ବିଦ୍ୟୁତ୍‌ ତାର ଏବଂ ଖୁଣ୍ଟ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡି ୧୯ ଏନ୍‌ ୬୭୧୭), ଗ୍ୟାସ୍‌ କଟର, ସିଲିଣ୍ଡର ଜବତ କରାଯାଇଛି। ଏହି ଘଟଣା ପଛରେ କେତେଜଣ ମାଷ୍ଟରମାଇଣ୍ଡ୍‌ ଅଛନ୍ତି। ସେମାନଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ନାମକ ଏକ ଠିକାସଂସ୍ଥା ଓପିଟିସିଏଲ୍‌ ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ଦାୟିତ୍ୱ ନେଇଛି। ଉକ୍ତ କମ୍ପାନୀ ହିନ୍ଦୋଳ ବ୍ଲକର ବାବନ୍ଧରୁ ହିନ୍ଦୋଳ ରୋଡ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗୀକରଣ କାର୍ଯ୍ୟ କରୁଛି। ଗତ ସୋମବାର ବିଳମ୍ବିତ ରାତିରେ କେତେଜଣ ଅଭିଯୁକ୍ତ ଗ୍ୟାସ୍‌ କଟର ସହାୟତାରେ ଲୁହା ଖୁଣ୍ଟ କାଟୁଥିବା କମ୍ପାନୀର କେତେଜଣ କର୍ମଚାରୀ ଦେଖି ପ୍ରତିବାଦ କରିଥିଲେ। ତେବେ ଅଭିଯୁକ୍ତମାନେ ସେମାନଙ୍କୁ ଭୟଭୀତ କରାଇ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ସମ୍ପୃକ୍ତ କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ଘଟଣା ସମ୍ପର୍କରେ ରାସୋଳ ଥାନାକୁ ସୂଚନା ଦେଇଥିଲେ। ଥାନାଧିକାରୀ ବିଜୟ କୁମାର ହାଇବ୍ରୁଙ୍କ ନିର୍ଦ୍ଦେଶରେ ସବ୍‌ଇନ୍ସପେକ୍ଟର ପି.ଏ. ଖାନ୍‌ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଅଭିଯୁକ୍ତଙ୍କୁ ଧରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବାବେଳେ ମୋଟଙ୍ଗା ଥାନା ଏବଂ ହିନ୍ଦୋଳ ରୋଡ୍‌ ଫାଣ୍ଡି ପୋଲିସକୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିବାକୁ କୁହାଯାଇଥିଲା। ରାସ୍ତାରେ ଜଗିଥିବା ପୋଲିସ ଅଧିକାରୀଙ୍କୁ ଦେଖି ଗାଡ଼ିରେ ଆସୁଥିବା ଅଭିଯୁକ୍ତ ହଡ଼ବଡ଼େଇ ଯାଇଥିଲେ। ଫଳରେ ବହଣ୍ଡେଇ ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଥିଲା। ଅଭିଯୁକ୍ତମାନେ ଜଙ୍ଗଲିଆ ରାସ୍ତାରେ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ କାବୁ କରିଥିଲା। ତେବେ ଏଭଳି ର଼୍ୟାକେଟ୍‌ ପଛରେ କେବଳ ଯେ ବାହାର ଲୋକଙ୍କ ସମ୍ପୃକ୍ତି ରହିଛି, ତାହାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। କମ୍ପାନୀର କେତେଜଣ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଏଥିରେ ହାତ ଥିବା ସେମାନେ ଅନୁମାନ କରୁଛନ୍ତି। କମ୍ପାନୀ ଏବଂ ପୋଲିସ ପକ୍ଷରୁ ମିଳିତ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଥାନାଧିକାରୀ କୁହନ୍ତି, ଧରାପଡ଼ିଥିବା ଅଭିଯୁକ୍ତମାନେ ଶ୍ରମିକ ଶ୍ରେଣୀର। ଏମାନଙ୍କ ପଛରେ କେହି ଜଣେ ମାଷ୍ଟରମାଇଣ୍ଡ୍‌ ରହିଥିବା ଅନୁମାନ କରାଯାଉଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ପଚରାଉଚରା ପରେ ର଼୍ୟାକେଟ୍‌ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି ବୋଲି ଥାନାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri