ସ୍ତ୍ରୀ ପିଲାଙ୍କ ଖର୍ଚ୍ଚ ଉଠାଇ ପାରୁ ନ ଥିଲେ ଏହି ଲୋକପ୍ରିୟ ଅଭିନେତା

କପୁର ପରିବାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଏକ ପରିବାର ଯିଏକି ଅନେକ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି। ଅଭିନେତ୍ରୀ କରିସ୍ମାଙ୍କ ବାପା ରଣଧୀର କପୁରଙ୍କ ସହ ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ରଣଧୀର ତାଙ୍କ ସଂଘର୍ଷମୟ ଜୀବନର କାହାଣୀ ବଖାଣିଥିଲେ।
ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସମୟରେ ଟଙ୍କା ରୋଜଗାର କରିବା ଆଦୌ ସହଜ ନ ଥିଲା। ତାଙ୍କ ଜୀବନରେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ପିଲାମାନଙ୍କର ଖର୍ଚ୍ଚ ବହନ କରିବାକୁ ଟଙ୍କା ନ ଥିଲା। ସେହି ସମୟରେ ତାଙ୍କ ଜୀବନର ବହୁତ କଷ୍ଟସାଧ୍ୟ ଥିଲା ।
ଏହା ସହ ସେ କହିଥିଲେ ଆଜିର କଳାକାରମାନଙ୍କ ପାଇଁ ଟଙ୍କା ରୋଜଗାର କରିବା ସହଜ ଅଟେ। ବର୍ତ୍ତମାନ କୌଣସି ଅଭିନେତ୍ରୀ କିମ୍ବା ଅଭିନେତାଙ୍କ ପାଇଁ ଟଙ୍କା ରୋଜଗାର କରିବା ଅତ୍ୟନ୍ତ ସହଜ ହୋଇଯାଇଛି। ଆମ ସମୟରେ ଏହା ହେଉ ନଥିଲା। ମୋ ଝିଅମାନଙ୍କୁ ଟ୍ୟୁଶନ ପଠାଇବାକୁ ମୋର ଟଙ୍କା ମଧ୍ୟ ନଥିଲା। ଟଙ୍କା ରୋଜଗାର କରିବା ପାଇଁ ଆମେ ବହୁତ କଠିନ ପରିଶ୍ରମ କରୁଥିଲୁ, ସେହି ଅବଧି ମୋ ପାଇଁ ଏତେ କଷ୍ଟସାଧ୍ୟ ଥିଲା ଯେ ମୁଁ ମୋ ରୋଜଗାରରେ ସ୍ତ୍ରୀ ବବିତାଙ୍କ ଖର୍ଚ୍ଚ ମଧ୍ୟ ପୂରଣ କରିପାରି ନ ଥିଲି।

 

Share