ଏକଦା ସ୍ତ୍ରୀଙ୍କ ଠାରୁ ୧୦୦ ଟଙ୍କା ଧାର ନେଇଥିଲେ ଏହି ଲୋକପ୍ରିୟ ଅଭିନେତା, ପୂରା ଘଟଣା ଜାଣିଲେ

ଏକ ସମୟ ଥିଲା ଯେତେବେଳେ ବଲିଉଡରେ ସୈଫ୍‌ ଅଲ୍ଲୀ ଖାନ ଏବଂ ଅମ୍ରିତା ସିଂଙ୍କ ଯୋଡ଼ି ଚର୍ଚ୍ଚାରେ ଥିଲା । ଉଭୟେ ୧୯୯୧ରେ ନିଜ ପରିବାର ବିରୋଧରେ ଯାଇ ବିବାହ ବିବାହ କରିଥିଲେ। ସୈଫ ଅମ୍ରିତାଠାରୁ ୧୨ ବର୍ଷ ସାନ। କେବଳ ଏତିକି ନୁହେଁ, ଉଭୟଙ୍କ ମଧ୍ୟରେ ଧର୍ମର ଏକ ବଡ଼ ପାର୍ଥକ୍ୟ ଥିଲା। ଅମ୍ରିତା ଶିଖ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ ବେଳେ ସୈଫ୍‌ ମୁସଲମାନ୍‌ ଥିଲେ। ସୈଫଙ୍କ ପ୍ରେମରେ ପଡ଼ିବା ପରେ ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ରିତା। ପରେ ଉଭୟଙ୍କ ବିବାହ ହୋଇଥିଲା। ବିବାହର ୧୩ ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇଥିଲେ। ଏକଦା ଏକାଠି ଥିଲା ବେଳେ ସୈଫ୍‌ ଅମୃତାଙ୍କଠାରୁ ୧୦୦ ଟଙ୍କା ଧାର ନେଇଥିଲେ। ସିମି ଗରଓ୍ବୋଲଙ୍କ ଏକ ଚାଟ୍‌ ଶୋରେ ଅମ୍ରିତା କହିିଥିଲେ,‘ଥରେ ସୈଫ୍‌ ମୋ ଘରକୁ ଆସି ଦୁଇଦିନ ରହିଥିଲେ। ପରେ ତାଙ୍କୁ ଶୁଟିଂ ପାଇଁ ଯିବାକୁ ପଡିଲା, କିନ୍ତୁ ତାଙ୍କ ପାଖେ ଟଙ୍କାଟିଏ ମଧ୍ୟ ନ ଥିଲା। ତେଣୁ ସେ ମୋତେ ୧୦୦ ଟଙ୍କା ଉଧାର ନେଇଥିଲେ।

Share