ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ରାଜନୀତିରେ ଯୋଗ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜି ବଲିଉଡ୍‌ ଅଭିନେତ୍ରୀ ରିମି ସେନଙ୍କ ଜନ୍ମଦିନ। ଯିଏ ହଙ୍ଗାମା ଏବଂ ଧୁମ ଭଳି ହିଟ୍‌ ଫିଲ୍ମରେ କାମ କରିଛନ୍ତି। ରିମି ୨୧ ସେପ୍ଟେମ୍ବର ୧୯୮୧ରେ ପଶ୍ଚିମବଙ୍ଗର କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ବିଦ୍ୟା ଭାରତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରିମି ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ। ସେ କୋଲକାତା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରିମିଙ୍କ ଜନ୍ମଦିନ ଅବସରରେ ତାଙ୍କ ଫିଲ୍ମ କ୍ୟାରିୟର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣନ୍ତୁ କିଛି କଥା।

ରିମି ହଙ୍ଗାମା, ଧୁମ୍‌, ଗୋଲମାଲ ସମେତ ଅନେକ ଫିଲ୍ମରେ କାମ କରିଛନ୍ତି । ପ୍ରାୟ ପ୍ରତ୍ୟେକ ଫିଲରେ, ହିରୋମାନେ ତାଙ୍କୁ ବିବାହ କରିବା ପାଇଁ ପରସ୍ପର ସହିତ ଝଗଡ଼ା କରୁଥିବା ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଗୁଡ଼ିକରେ ଦିନେ ହିଟ୍‌ ହୋଇଥିବା ରିମି ଭିନୟରୁ ନିଜକୁ ଦୂରେଇ ରଖିଛନ୍ତି। ୩୯ ବର୍ଷର ରିମି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏବେ ତାଙ୍କ ସମ୍ପକର୍ରେ କୌଣସି ଖବର ନାହିଁ।

ରିମି ପିଲାଦିନରୁ ଫିଲ୍ମରେ କାମ ଆରମ୍ଭ କରିଥିଲେ। ବିଜ୍ଞାପନ ଏବଂ ମଡେଲିଂ ଦୁନିଆରେ ରିମି ନିଜ ନାଁ ତିଆରି କରିଥିଲେ। ବଲିଉଡରେ ତାଙ୍କର ଏଣ୍ଟ୍ରି କମେଡି ଫିଲ୍ମ ହଙ୍ଗାମା ଥିଲା । ଚଳଚ୍ଚିତ୍ରଟି ହିଟ୍‌ ହୋଇଥିଲା। ଫିଲ୍ମ ଫେୟାରରେ ରିମି ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ। ରିମିଙ୍କ କ୍ୟାରିୟର ଏଠାରୁ ଆରମ୍ଭ ହୋଇଥିଲା।

ଏହା ପରେ ତାଙ୍କ ଆଗରେ ଚଳଚ୍ଚିତ୍ରର ଲମ୍ବା ଲାଇନ୍‌ ଲାଗିଥିଲା। ସେ ହିନ୍ଦୀ ଚଳଚ୍ଚିତ୍ର ସହିତ ବଙ୍ଗାଳୀ ଏବଂ ତେଲୁଗୁ ଚଳଚ୍ଚିତ୍ର କରିବା ଆରମ୍ଭ କଲେ।

ଶେଷଥର ତାଙ୍କୁ ବିଗ୍‌ବସ୍‌ରେ ଦେଖିବାକୁ ମିଳିଥିଲା। ବିଗ୍‌ବସ୍‌ରେ ରିମି ତାଙ୍କ ପ୍ରକୃତି ହେତୁ ଚର୍ଚ୍ଚାରେ ରହିଥିଲେ। ଏହି ଶୋ ପରେ ମଧ୍ୟ ରିମିଙ୍କ କ୍ୟାରିୟର ଆଗକୁ ବଢ଼ି ପାରିଲା ନାହିଁ ଏବଂ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ। ୨୦୧୭ ସେ ରେ ଭାଜପାରେ ଯୋଗ ଦେଇଥିଲେ। ତେବେ ରାଜନୀତିରେ ମଧ୍ୟ ରିମି ସକ୍ରିୟ ନୁହଁନ୍ତି। ରିମି ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଫିଲ୍ମରେ କାମ କରିବା ସମୟରେ ବିରକ୍ତ ହୋଇଥିଲେ। ତେଣୁ ସେ ନିର୍ଦ୍ଦେଶନା ଏବଂ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହାଁନ୍ତି।

Share