ଏହି ଲୋକପ୍ରିୟ ଅଭିନେତ୍ରୀ ବିବାହ ପ୍ରସ୍ତାବ କରିଥିଲେ ପ୍ରତ୍ୟାଖ୍ୟାନ: ପରେ ଭାଙ୍ଗି ପଡିଥିଲେ ସଞ୍ଜୀବ, ସାରା ଜୀବନ ରହିଗଲେ ଏକାକୀ

ବଲିଉଡ୍‌ ଅଭିନେତା ସଞ୍ଜୀବ କୁମାର ସର୍ବୋତ୍ତମ କଳାକାରଙ୍କ ମଧ୍ୟରେ ଅନ୍ୟତମ। ତେବେ ଖୁବ୍‌ କମ ଲୋକ ଜାଣିଥିବେ ଯେ ସଞ୍ଜୀବ କୁମାରଙ୍କ ପ୍ରକୃତ ନାମ ହରିଭାଇ ଜରିୱାଲା ଥିଲା। କେବଳ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ସଞ୍ଜୀବ ଗୁଜୁରାଟୀ ଡ୍ରାମା ଏବଂ ଥିଏଟରରେ ମଧ୍ୟ ବହୁ ସମୟ ଅତିବାହିତ କରିଥିଲେ। ଚଳଚ୍ଚିତ୍ରରେ ତାଙ୍କର କ୍ୟାରିୟର୍‌ ‘ହମ ହିନ୍ଦୁସ୍ତାନୀ’ରୁ ଆରମ୍ଭ ହୋଇଥିଲା, ପରେ ସେ ଏକାଧିକ ଚଳଚ୍ଚିତ୍ର କରିଥିଲେ। ୧୯୮୫ ନଭେମ୍ବର ୬ ରେ ସଞ୍ଜୀବଙ୍କ ପରଲୋକ ହୋଇଥିଲା। ତେଣୁ, ଏହି ଅବସରରେ ତାଙ୍କ ଜୀବନ ସହିତ ଜଡ଼ିତ କିଛି ବିଶେଷ କଥା ବିଷୟରେ ଜାଣନ୍ତୁ।

ଅଭିନେତ୍ରୀ ବିଜେତା ପଣ୍ଡିତଙ୍କ ଭଉଣୀ ସୁଲକ୍ଷଣା ପଣ୍ଡିତ, ସୁଚିତ୍ରା ସେନ୍‌ ଏବଂ ହେମାମାଳିନୀଙ୍କ ସହ ସଞ୍ଜୀବ କୁମାରଙ୍କ ନାମ ଯୋଡା ଯାଇଥିଲା। ଏକ ସାକ୍ଷାତକାରରେ ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁ କହିଛନ୍ତି, ଯେଉଁ ମହିଳାମାନଙ୍କ ସହ ସଞ୍ଜୀବଙ୍କ ସମ୍ପର୍କ ଥିଲା ସେମାନଙ୍କୁ ସେ ସନ୍ଦେହ କରୁଥିଲେ। ସେ ଭାବିଲେ ଯେ ସେମାନେ ତାଙ୍କ ଟଙ୍କାକୁ ଭଲ ପାଆନ୍ତି।

ତେବେ ସଞ୍ଜୀବ କୁମାର ଏବଂ ହେମାଙ୍କ ନାଁ ଚର୍ଚ୍ଚାରେ ରହିଥିଲା। ସଞ୍ଜୀବ କୁମାର ହେମାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ହେମା ମଧ୍ୟ ତାଙ୍କୁ ପସନ୍ଦ କରିଥିଲେ। ଏହି ସମୟରେ ଧର୍ମେନ୍ଦ୍ର ତାଙ୍କ ଜୀବନରେ ଆସିବାରୁ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେମା ସଞ୍ଜୀବଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ଭାଙ୍ଗିପଡ଼ିଥିଲେ। ଏହା ସହ ଅଧିକ ମଦ୍ୟପାନ କରିବା ଆରମ୍ଭ କରିଥିଲେ। ପରେ ସେ ବିବାହ କରି ନ ଥିଲେ ଏବଂ ସାରା ଜୀବନ ଏକୁଟିଆ ବିତାଇଥିଲେ। ସଞ୍ଜୀବ କୁମାରଙ୍କ ପିଲାଦିନରୁ ହାର୍ଟ ସମସ୍ୟା ଥିଲା । ମାତ୍ର ୪୭ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଥିଲେ।

Share