ଦର୍ପଣରେ ନିଜ ମୁହଁ ଦେଖି ଡରିଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଶାହାରୁଖ୍‌ ଖାନ୍‌ଙ୍କ ସହ ଫିଲ୍ମ ”ପରଦେଶ’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମହିମା ଚୌଧୁରୀ। ୧୩ ସେପ୍ଟେମ୍ବର ୧୯୭୩ରେ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଜନ୍ମଗ୍ରହଣ କରିଥିବା ମହିମାଙ୍କ ପ୍ରକୃତ ନାମ ଋତୁ ଚୌଧୁରୀ। ମହିମା ହେଉଛି ତାଙ୍କର ସ୍କ୍ରିନ୍‌ ନାମ। ତେବେ ଶେଷଥର ପାଇଁ ତାଙ୍କୁ ୨୦୧୬ ମସିହାରେ ଫିଲ୍ମ ”ଡାର୍କ ଚକୋଲେଟ’ରେ ଦେଖିବାକୁ ମିଳିଥିଲା। ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ ୨୧ ବର୍ଷ ପୂର୍ବେ ଦର୍ପଣରେ ନିଜ ମୁହଁଦେଖି ଡରିଯାଉଥିଲେ। ସେ ନିଜେ ଏକ ସାକ୍ଷାତକାରରେ ଏହା କହିଥିଲେ।
୧୯୯୯ରେ ମହିମା ଅଜୟ ଦେବ୍‌ଗନ୍‌ ଏବଂ କାଜଲଙ୍କ ସହ ଫିଲ୍ମ ”ଦିଲ୍‌ କ୍ୟା କରେ’ର ଶୁଟିଂ କରୁଥିଲେ। ଏହି ସମୟରେ ବାଙ୍ଗାଲୋରରେ ତାଙ୍କର ଏକ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେବାରୁ ଅନେକ କାଚ ଭାଙ୍ଗି ମହିମାଙ୍କ ମୁହଁରେ ପଶିଯାଇଥିଲା। ଏହା ପରେ ଯେତେବେଳେ ତାଙ୍କର ଚେତା ଫେରିଥିଲା ସେ ଦର୍ପଣରେ ନିଜ ମୁହଁକୁ ଦେଖି ଡରିଯାଇଥିଲେ ବୋଲି ମହିମା କହିଥିଲେ। ତାଙ୍କ ମୁହଁରୁ ୬୭ ଖଣ୍ଡ କାଚ ବାହାରିଥିଲା।

Share