୮ ମାସ ବୟସରୁ ଏକ ବିଜ୍ଞାପନରେ ନଜର ଆସିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ଯଦିଓ ବେଶିଦିନ ହୋଇନାହିଁ ତଥାପି ତାଙ୍କର ଲୋକପ୍ରିୟତା ଖୁବ୍‌ ଅଧିକ। ସୋସିଆଲ ମିଡିଆରେ କିଆରାଙ୍କ ହଜାର ହଜାର ସଂଖ୍ୟାରେ ଫଲୋଅର୍ସ ଅଛନ୍ତି। ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ପ୍ରାୟ ସମସ୍ତେ ପାଗଳ।

ଆଜି ହେଉଛି କିଆରାଙ୍କ ଜନ୍ମଦିନ। ୧୯୯୨ ମସିହା ଜୁଲାଇ ୩୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ କିଆରା। ଆଜି ସେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଖାସ୍‌ ଦିନରେ ତାଙ୍କ ସହିତ ଜଡ଼ିତ କିଛି କଥା ସମ୍ପର୍କରେ ଆସନ୍ତୁ ଜାଣିବା…

କିଆରାଙ୍କୁ ଯେତେବେଳେ ମାତ୍ର ୮ ମାସ ହୋଇଥିଲା ସେ ଏକ ଆଡ୍‌ ଫିଲ୍ମରେ ଶୁଟିଂ କରିଥିଲେ। ଏକ ବେବି କ୍ରିମ୍‌ର ବିଜ୍ଞାପନରେ ତାଙ୍କ ମା’ଙ୍କ ସହ କିଆରାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କର ପିଲାଦିନରୁ ଡ୍ୟାନ୍ସ ପ୍ରତି ରୁଚି ଥିଲା। ବହୁତ କମ ଲୋକ ଏକଥା ଜାଣିଥିବେ କି ଶିକ୍ଷୟିତ୍ରୀ ହେବା କିଆରାଙ୍କ ଲକ୍ଷ୍ୟ ଥିଲା। କାରଣ ତାଙ୍କ ମା’ ଜଣେ ଶିକ୍ଷୟିତ୍ରୀ ଥିଲେ। ଅଭିନୟ କରିବା ପୂର୍ବରୁ କିଆରା ପିଲାଙ୍କୁ ପାଠ ପଢ଼ାଉଥିଲେ। ତାଙ୍କୁ ପଢ଼ାଇବାକୁ ବହୁତ ଭଲ ଲାଗେ। ବଲିଉଡ୍‌ରୁ ତାଙ୍କ ନିକଟକୁ ଅଫର ପରେ ଅଫର ଯିବାରୁ ସେ ଶିକ୍ଷକତା ଲାଇନ୍‌ ଛାଡ଼ି ଦେଇଥିଲେ।

୨୦୧୪ରେ କିଆରା ବଲିଉଡ୍‌ ଫିଲ୍ମ ‘ଫଗ୍‌ଲି’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ଜିମି ଶେର୍‌ଗିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ପରେ କିଆରା ‘ଏମ୍‌ଏସ୍‌ ଧୋନୀ ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ଅଭିନୟ କରିଥିଲେ। ଏଥିସହିତ ସେ ସାଉଥ୍‌ ଫିଲ୍ମରେ ବି ଅଭିନୟ କରିଛନ୍ତି। ଏହା ପରଠାରୁ କିଆରା ଗୋଟିଏ ପରେ ଗୋଟିଏ ଫିଲ୍ମରେ ସଫଳତାର ଶିଡ଼ି ଚଢ଼ି ଚାଲିଛନ୍ତି। କିଆରାଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସେମାନେ ସବୁବେଳେ କିଆରାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ଏବେ ଏହି ଅଭିନେତ୍ରୀଙ୍କ ହାତରେ ୪ଟି ବଡ଼ ବଜେଟ୍‌ର ଫିଲ୍ମ ରହିଛି। ‘ଓ୍ବେ ଶେର୍‌ଶାହ’, ‘ଭୁଲ ଭୁଲେୟା-୨, ଯୁଗ ଯୁଗ୍‌ ଜିଓ ଏବଂ ମିଷ୍ଟ ଲେଲେଙ୍କରେ ନଜର ଆସିବେ।

Share