ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି ଯେଉଁମାନେ ମରଣ ମୁହଁରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଅନ୍ୟତମ। ଯିଏ ଥରେ ନୁହେଁ ଦୁଇ ଦୁଇଥର ଥର ମୃତ୍ୟୁକୁ ନିକଟରୁ ଦେଖି ଫେରିଛନ୍ତି।
ପ୍ରୀତି ପ୍ରଥମ ଥର କଲମ୍ବୋରେ ଏକ ଶୋ’ରେ ଅଭିନୟ କରୁଥିବାବେଳେ ହଠାତ୍‌ ବୋମା ବିସ୍ଫୋରଣ ଘଟିଥିଲା। ଦ୍ୱିତୀୟ ଥର ଥାଇଲାଣ୍ଡରେ ଛୁଟି କାଟିବାକୁ ଯାଇ ସୁନାମିରେ ଫସି ଯାଇଥିଲେ।

Share