ନୂଆଦିଲ୍ଲୀ,୧୨।୪: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଦେଶର ୧୨ ପ୍ରମୁଖ ବନ୍ଦର ମାଲ ପରିଚାଳନା ୪.୫୯% ହ୍ରାସ ହୋଇ ୬୭୩ ନିୟୁତ ଟନ୍ ରହିଛି। କୋଭିଡ-୧୯ ବନ୍ଦରଗୁଡିକର ମାଲ ପରିବହନକୁ ପ୍ରଭାବିତ କରିଛି ବୋଲି ଇଣ୍ଡିଆନ ପୋର୍ଟ ଆସୋସିଏଏଶନ(ଆଇପିଏ) ପକ୍ଷରୁ କୁହାଯାଇଛି। ୨୦୧୯-୨୦, ୨୦୧୮-୨୯ ଏବଂ ୨୦୧୭-୧୮ରେ ଏହି ବନ୍ଦରଗୁଡିକର ମାଲ ପରିଚାଳନା ଯଥାକ୍ରମେ ୭୦୫ ନିୟୁତ ଟନ, ୬୯୯ ନିୟୁତ ଟନ ଏବଂ ୬୭୯ ନିୟୁତ ଟନ ରହିଛି। କୋଭିଡ ୧୯ ଯୋଗୁ ୧୨ ବନ୍ଦରର କାର୍ଗୋ ଟ୍ରାଫିକ ହ୍ରାସ ହୋଇଥିବା ନିକଟରେ ବନ୍ଦର ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡବିୟ କହିଥିଲେ। କେବଳ ପାରାଦୀପ ଏବଂ ମୋରମୁଗାଓକୁ ଛାଡି ଦେଲେ ବାକି ସବୁ ବନ୍ଦରରେ ମାଲ ପରିବହନ ପ୍ରଭାବିତ ରହିଥିବା ଆଇପିଏ ପକ୍ଷରୁ ସୂଚନା ମିଳିଛି।