ନିଶ୍ଚିନ୍ତକୋଇଲି,୧୫।୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ କଂଗ୍ରେସର ବନ୍ଦ ପାଳନ ସେତେଟା ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳିଛି। ନିଶ୍ଚିନ୍ତକୋଇଲି ସପ୍ତାହିକ ହାଟ ଓ ବଜାର ସ୍ବଭାବିକ ଭାବେ ଖୋଲାଥିବା ବେଳେ ଦୁଇ ଚକିଆ ଯାନ ବାହାନ ଚଳାଚଳ ହୋଇଛି। ସରକାରଙ୍କ ନିଷ୍ପତି କ୍ରମେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଛି। ବ୍ଲକ ଓ ତହସିଲର ମୂଖ୍ୟ ଫାଟକରେ ତାଲା ପଡିଥିବା ବେଳେ ଭିତରେ କର୍ମଚାରୀମାନେ ସବୁଦିନ ଭଳି କାମ କରୁଥିବା ଦେଖିବାକୁ ମିଳିଛି।