ପୁଣି ଘାରିଲା କୋଭିଡ୍‌ ଭୟ: ଓଡ଼ିଶାରେ ଲକ୍‌ଡାଉନ୍‌ ସମ୍ଭାବନାକୁ ଏଡାଇ ହେବନି ବୋଲି କହିଲେ ଡିଏମ୍‌ଇଟି

ଭୁବନେଶ୍ୱର,୨୦।୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କୋଭିଡ କେସ୍‌ ସଂଖ୍ୟା କମୁଛି। ଏବେ ଲକ୍‌ଡାଉନ୍‌ର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। କୋଭିଡ୍‌ର ସାମ୍ପ୍ରତିକ ସ୍ଥିତିକୁ ନେଇ ଏଭଳି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ଲୋକେ ନିଜେ ସଚେତନ ରହିଲେ, ଲକ୍‌ଡାଉନ୍‌କୁ ଏଡାଇ ହେବ। ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ୍‌ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ୍‌ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ବୋଲି ସେ ମଧ୍ୟ କହିଛନ୍ତି।

ପ୍ରକାଶ ଯେ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହ ଲକ୍‌ଡାଉନ୍‌ ସ୍ଥିତି ଉପୁଜିବା ପରେ ଓଡ଼ିଶାରେ ମଧ୍ୟ ଛନକା ପଶିଛି। ଏଥିପାଇଁ ରାଜ୍ୟ ସରକାର ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ପୋଲିସ କମିଶନର, ଜିଲା ଚିକିତ୍ସାଧିକାରୀ, ଡିସିପି ଓ ଏସ୍‌ପିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି।

Share